Jump to content

କ୍ଷେତ୍ରପାଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେତ୍ରପାଳ
ଉଚ୍ଚାରଣ: Kshetrapāḻa

ସଂ. ବି. (୬: ଷ୍ଠୀ ତତ୍; କ୍ଷେତ୍ର+ପାଳ) —

୧: କିଆରୀର ଜଗୁଆଳ — ୧. A person who watches the crops of a field.

୨: ତୀର୍ଥକ୍ଷେତ୍ରର ସୀମାକୁ ଯେଉଁ ଦେବତା ଜଗିଥାଆନ୍ତି (ଯଥା—ପୁରୀର କ୍ଷେତ୍ରସ୍ବାମୀ ଜଗନ୍ନାଥ, କିନ୍ତୁ କ୍ଷେତ୍ରପାଳ ବାଲିଲୋକନାଥ; ଭୃବନେଶ୍ବରର କ୍ଷେତ୍ରସ୍ବାମୀ ଲିଙ୍ଗରାଜ କିନ୍ତୁ କ୍ଷେତ୍ରପାଳ ଅନନ୍ତବାସୁଦେବ) — ୨. The Deity who is considered to keep watch over a holy centre and who protects the place from danger; the guardian Deity of a place of pilgrimage.

ଆହେ କ୍ଷେତ୍ରପାଳ ତ୍ରିଶୂଳ ତୁମ୍ଭର ରଖିଲ କାହିଁ ସମ୍ବରି— ରାଧାନାଥ, ପାର୍ବତୀ

୩: ମନୁଷ୍ୟଶରୀରର ପୁରାଣୋକ୍ତ ରକ୍ଷକ ଦେବତାବିଶେଷ (ଏମାନଙ୍କ ସଂଖ୍ୟା ୪୯: ) — ୩. The fortynine Deities guarding the different limbs of the human body (described in the Hindu purāṇas).