Jump to content

କ୍ଷେତ୍ରାଧିପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେତ୍ରାଧିପ
ଉଚ୍ଚାରଣ: Kshetrādhīpa

ସଂ. ବି. (୬: ଷ୍ଠୀ ତତ୍; କ୍ଷେତ୍ର+ଅଧିପ) —

୧: କ୍ଷେତ୍ର ବା ଜମିର ମାଲିକ —୧. Owner of a field.

୨: କ୍ଷେତ୍ରଜ ସନ୍ତାନର ମାତାଙ୍କ ବିବାହିତ ସ୍ବାମୀ — ୨. Reputed father of an illegitimate child.

୩: ତୀର୍ଥର ପ୍ରଧାନ ବା ଅଧିଷ୍ଠାତ୍ରୀ ଦେବତା — ୩. The presiding Deity of a holy centre.

୪: (ହିନ୍ଦୁ ଜ୍ଯୋତିଷ) ମେଷାଦି ଦ୍ବାଦଶ ରାଶିଙ୍କର ନାମାଧିପତି ଗ୍ରହଗଣ —୪. (Hindu astrology) The respective planets having influence over the twelve solar mansions.

୫: ଅପଦେବତାଙ୍କ ଅତ୍ୟାଚାରରୁ ଗ୍ରାମ ବା ନଗରକୁ ରକ୍ଷା କରିବା ପାଇଁ ଗ୍ରାମ ବା ନଗରର ଉତ୍ତର ପୂର୍ବରେ ସ୍ଥାପିତ ନଗ୍ନ ଦେବତାମୂର୍ତ୍ତି; (ଏହା ତ୍ରିନେତ୍ର; ଦୁଇ, ଚାରି, ଛଅ ବା ଆଠ ଭୁଜବିଶିଷ୍ଟ; ଘଣ୍ଟା, କପାଳ, ଖଡ୍ଗ, ଖେଟକ, ନାଗ— ପାଶ, ଧନୁ ଓ ସାୟକଧାରୀରୂପେ ଚିତ୍ରିତ) —୫. Naked image of Deities placed at the N. E. of a village of a town in order to protect it from evil spirits or goblins.