କ୍ଷେତ୍ରାମଳକୀ
ଦେଖଣା
କ୍ଷେତ୍ରାମଳକୀ —
ଉଚ୍ଚାରଣ: Kshetrāmaḻakī
ଅନ୍ୟ ସଂ. ନାମ—
ବାଟ୍ୟାଳିକା; ବଳା;
ବାଟ୍ୟା
বেড়েলা
खरैटी; बरियारा
ସଂ. ବି. ସ୍ତ୍ରୀ. (କ୍ଷେତ୍ର+ଆମଳକୀ) —
ଭୂଇଁ ଅଅଁଳା ଗୁଳ୍ମ; ବାଡ଼ିଅଅଁଳା; ବଜ୍ରମୂଳୀ — A medicinal plant; Sida Cord folia.
[ଦ୍ର—ଏହାର ପତ୍ର ସୂକ୍ଷ୍ମଲୋମଶ; ପତ୍ରର ମୂଳ ପାନ ପରି, ଫୁଲ ହଳଦିଆ; ପାଚିଲା ଫଳ ଫାଟି ଦଶଖଣ୍ଡ ହୋଇଯାଏ ଏହା ଚାରି ଜାତିର, ଯଥା —
୧: (ସଂ. ଅତିବଳା) ନାଲିଭୂଇଁ ଅଅଁଳା — ୧. Sida Rhombifolia; Indan Mallow.
୨: (ସଂ. ମହାବଳା) ଧଳା ଭୂଇଁ ଅଅଁଳା — ୨. Sida Rhomboidia.
୩: (ସଂ. ନାଗବଳା) ପାଉଁଶିଆ ଫୁଲବିଶିଷ୍ଟ — ୩. Sida Spinosa.
୪: (ସଂ. ବଳା) ହଳଦିଆ ଫୁଲବିଶିଷ୍ଟ — ୪. Sida Cordifolia.]