Jump to content

କ୍ଷେପା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେପା
ଉଚ୍ଚାରଣ: Kshepā
ক্ষেপলা

ଦେ. ବି. (ସଂ. କ୍ଷେପଣିକା) —

୧: ଫିଙ୍ଗାଜାଲ; ଭଉଁରୀ ଜାଲ — ୧. A casting net.

୨: ନଡ଼ିଆ ଗଛ ଆଦିରେ ଚଢ଼ିବା ସମୟରେ ଚଢ଼ାଳିର ଗୋଡ଼ଦ୍ବୟକୁ ଛନ୍ଦି ଅଟକାଇ ରଖିବା ନିମନ୍ତେ ବ୍ୟବହୃତ ଦଉଡ଼ି ବା ଫାଶ — ୨. The noose used by those who climb on straight-trunked trees to keep the legs tightly twisted to the trunk.

୩: ଖୁଣ୍ଟିଣି; ଉଚ୍ଚ ଆମ୍ବଗଛରୁ ଆମ୍ବ ପାରିବା ନିମନ୍ତେ ବ୍ୟବହୃତ ଲଗୀର ଅଗରେ ଲାଗିଥିବା ଭୋଗେଇ ଆକାରର ଜାଲ ବା ମୁଣୀ — ୩. A net-work basket attached to a large bamboo-pole to have the mango, plucked from a high tree, deposited inside the net.

[ଦ୍ର—ଖୁଣ୍ଟିଣି; ଆମ୍ବ ତୋଳିଲେ ଆମ୍ବଟି ତୋଳା ହେଲା ପରେ ତଳେ ନ ପଡ଼ି ସେହି ଥଳି ଭିତରେ ରହିଯାଏ]

୪: ଡ଼େଇଁ ବା; କୁଦିବା — ୪. Springing up; jumping high in the air.

୫: ଘୋଡ଼ା, ଗାଈ ଇତ୍ୟାଦି ଚରିବା ସମୟରେ ଦୂରକୁ ପଳାଇ ନ ୟିବେ ବୋଲି ସେମାନଙ୍କ ଦୁଇ ଆଗଗୋଡ଼ ଛନ୍ଦା ହୋଇଥିବା ଦଉଡ଼ି — ୫. A string for tying the fore legs of a horse or cattle while let out to graze, so that it may not run away.

୬: ଘୋଡ଼ା ବା ମନୁଷ୍ୟଙ୍କର ଛାଡ଼ତକ୍ ଦଉଡ଼ — ୬. Running on all fours; gallop.

୭: ନିକ୍ଷେପ —୭. A cast; a throw (as of a fishing net).

୮: ଥରେ ଗୁଡ଼ିଏ ପଣ୍ୟ ଦ୍ରବ୍ୟ ନେଇ ବିଦେଶକୁ ଯାଇ ତାହା ନଗଦ ବିକ୍ରି କରି ଦେଇ ଫେରି ଆସିବା — ୮. A trading trip for selling commodities in cash by going to a distant country with a consignment.

୯: ବଢ଼ିଲାନଈରେ ଭାସି ୟାଉଥିବା କାଠଖଣ୍ଡମାନ ଧରିବା ନିମନ୍ତେ ବ୍ୟବହୃତ ଲମ୍ବରକ୍କୁ ଲାଗିଥିବା ଅଙ୍କୁଶା — ୯. A hook or harpoon attached to a long rope for throwing into a flooded river to catch and bring logs of wood etc flowing down the river.

୧: ଉହୁଙ୍କା — ୧୦. High leap; surging up.