ଖଡ଼କ୍କୀ
ଦେଖଣା
ଖଡ଼କ୍କୀ —
ଉଚ୍ଚାରଣ: Khaṟḍ̠akkī
ସଂ. ବି. ସ୍ତ୍ରୀ (ଖଡ଼କ=ଅବ୍ୟକ୍ତ ଶଦ୍ଦ+କୃ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଇ) —
୧: ଖିଡ଼ିକି; ଝରକା; ଜଳାକବାଟି —୧. Window.
୨: ଗୁପ୍ତ ଦ୍ବାର —୨. Secret door.
୩: ବାଡ଼ି କବାଟ; ବାସଗୃହର ପଛଦୁଆର — ୩. Back door of a residence.
[ଦ୍ର—ଏଥିର ଅପଭ୍ରଂଶ ଖିଡ଼ିକି]
କେହୁ ବୋଇଲା ଭଲ ଗଗନ ତାରକା ନୋହିଲେ ବହିଛିକି ଖଡ଼କ୍ବୀ ବୈଜୁଳିକା—କୃଷ୍ଣସିଂହ ମହାଭାରତ ବନ
୪: ଖଡ଼ଖଡ଼ି; ସବାରୀ —୪. Palki; a chair carried on the shoulders by bearers.
[ଦ୍ର—ଏଥିର ଅପଭ୍ରଂଶ ଖଡ଼ଖଡ଼ି]