ଖଡ଼ଖଡ଼
ଦେଖଣା
ଖଡ଼ଖଡ଼ —
ଉଚ୍ଚାରଣ: Khaṟḍ̠akhaṟḍ̠a
খড়খড়
खड़खड़
ଦେ. (ଧ୍ଵନ୍ୟନୁକରଣ) ଅ —
୧: ଶୁଖିଲା ହାଲୁକା ବସ୍ତୁମାନ ପରସ୍ପର ବାଜିବାର ଶଦ୍ଦ — ୧. The sound of dry light things striking.
୨: କଠିନ ବସ୍ତୁ ଉପର୍ୟ୍ୟପରି ଆଘାତ ପାଇବାର ଶଦ୍ଦ — ୨. Sound of hard things being repeatedly struck.
୩: କୌଣସି ଫମ୍ପା ଜିନିଷ (ଯଥା ବଡ଼ ହାଣ୍ଡ଼ି) ଇତସ୍ତତଃ ହେଲେ ତହିଁ ମଧ୍ୟରେ ଥିବା ଛୋଟ ପଦାର୍ଥ (ଯଥା ଘଡ଼ି, ନଡ଼ିଆ) ଏ ପାଖ ସେପାଖ ବାଜିବାର ଶଦ୍ଦ — ୩. Sound of small things being made to strike against the sides of a large empty thing when moved.
ଖଡ଼ଖଡ଼ ଶୁଭେ ତରୁପର୍ଶେ ଶ୍ବାପଦର ସଞ୍ଚରଣ ଧ୍ଵନି— ରାଧାନାଥ
খড়খড়ে
ଦେ. ବିଣ. —
୧: ଶୁଖିଲା ଓ ହାଲୁକା —୧. Dry and light.
ଶୁଖା ଖଡ଼ ଖଡ଼, ମିଛ ମାୟାରେ ପଡ଼ି ତୁ ନଡ଼ବଡ଼ ନଡ଼ବଡ଼— ବୈରାଗ୍ୟଭଜନ
୨: ନୀରୋଗ ଓ ଭାରଶୂନ୍ୟ(ଦେହ) — ୨. (body) Feeling healthy and light.
୩: ହୁଗୁଳା — ୩. Slack or loose.