ଖଡ଼ି
ଖଡ଼ି —
ଉଚ୍ଚାରଣ: Khaṟḍ̠i
ସଂ. ନାମ—ଶ୍ବେତଧାତୁ,
କଠିନୀ, ଧାତୁଫଳ,
ଧବଳମୃତ୍ତିକା, ଖଡ଼ୀ,
ଖଟିକା, ଖଟୀ
খড়ী
खड़िया; खड़ी
ଦେ. ବି. (ସଂ. ଖଡ଼ୀ; ଖଟିକା) —
୧: ଶ୍ବେତ ଓ ନରମା ପଥର; ଶୁକ୍ଳପାଷାଣ —୧. Chalk; a kind of steatite or soapstone.
[ଦ୍ର—ଏହାଦ୍ବାରା ଭୂମିରେ ଗାର ପଡ଼େ ଏଥିରେ ପିଲାମାନେ ଭୂମିରେ ଲେଖନ୍ତି ଆଗେ କାଗଜ, ସୀସା—ପେନ୍ସିଲ ବା ଶ୍ଲେଟ—ପେନ୍ସିଲର ପ୍ରଚଳନ ନ ଥିଲା; ଚାହାଳୀରେ ପିଲାମାନେ ଖଡ଼ିଦ୍ବାରା ଭୂମିରେ ପାଠ ଲେଖୁଥିଲେ ଓ ବୟସ୍କମାନେ ଅଣ୍ଟାରେ ସର୍ବଦା ଖଡ଼ି— ଗୋଟାଲି ଖୋସୁଥିଲେ ଓ ହିସାବପତ୍ରଆଦି ଟିପିବାର ଆବଶ୍ୟକ ପଡ଼ିଲେ ଭୂମି ବା କାନ୍ଥରେ ଉକ୍ତ ଗୋଟାଳିଦ୍ବାରା ଲେଖୁଥିଲେ ଜ୍ଯେତିଷମାନେ ଖଡ଼ିରେ ଜ୍ଯେତିଷଗଣନା ଆଦି ମଧ୍ୟ ଏବେ ଲେଖନ୍ତି ବିଲାତରୁ ଏକପ୍ରକାର ହାଲୁକା ଖଡ଼ି ଆମଦାନୀ ହୁଏ— ତାକୁ ଚକଖଡ଼ି କହନ୍ତି]
୨: ଏକଜାତୀୟ ଡ଼େଙ୍ଗା ତୃଣ ବା କୁଶ; ଖରି — ୨. A kind of reed of grass; Saccharum Fuscum.
୩: ବାଉଁଶ ତଞ୍ଛା ହୋଇ ପ୍ରସ୍ତୁତ କରାଯିବା ସରୁଆ ଖଡ଼ିବା — ୩. Slender twigs prepared from cleft bamboo.
୪: ଖଡ଼ିଆମାଟି; ଖଡ଼ି ପରି ଧଳା ମାଟି — ୪. Chalky soil.