Jump to content

ଖଡ଼ିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ିକା
ଉଚ୍ଚାରଣ: Khaṟḍ̠ikā
নারকেলপাতার শিরা सीक

ସଂ. ବି. (ଖଡ଼ ଧାତୁ+ଅକ+ସ୍ତ୍ରୀ. ଆ) —

ଚକ୍ଖଡ଼ି — Chalk (M.W.)

ଦେ. ବି —

୧: ନଡ଼ିଆପତ୍ର ଓ ତାଳପତ୍ର ମଧ୍ୟସ୍ଥ ଟାଣୁଆଁ ଶିରା — ୧. The twiglike long backbone of the leaves of palm or cocoanut tree.

[ଦ୍ର—ଏଥିରେ ଗୃହସ୍ଥର ଅନେକ କାର୍ଯ୍ୟ ଚଳେ ଏଥିରୁ ଗୋଛାଏ ବାନ୍ଧି ଖଡ଼ିକାମୁଠା ବା ଝାଡ଼ୁ କରାଯାଏ ଭଜାଭଜି କରିବା ନିମନ୍ତେ ମଧ୍ୟ ଖଡ଼ିକାମୁଠା ବ୍ୟବହୃତ ହୁଏ ଲିଆ, ଫାଳବିରି, ଫାଳମୁଗ ଆଦି ଚଲାଇବାର ଚାଲୁଣୀ, ମାଛ ଧରିବାର ବଜା, ଖଇଞ୍ଚ ଆଦି ଜାଲଜାଲୁଆ ୟନ୍ତ୍ରମାନ ଏଥିରେ ତିଆରି ହୁଏ

କୌଣସି ସରୁ, କାଠିଭଳିଆ ବସ୍ତୁ ବା ବ୍ୟକ୍ତିକୁ ଖଡ଼ିକା ସଙ୍ଗେ ଉପମା ଦିଆଯାଏ; ଲୋକେ କହନ୍ତି—'ଅମୁକ ପିଲାଟି ଖଡ଼ିକାଟିଏ'

ଜଗନ୍ନାଥ ମହାପ୍ରଭୁ ରଥରେ ବିଜେ କରିବାକୁ ପହଣ୍ଡ଼ିବିଜେ କରିବା ସମୟରେ ପୁରୀର ରାଜା ତାଙ୍କ ଆଗେ ଆଗେ ସୁନାଖଡ଼ିକା ଧରି ବାଟ ଓଳାଇ ଓଳାଇ (ପହଁରା କରି) ଓ ସୁଗନ୍ଧ ଜଳ ଛିଞ୍ଚି ଛିଞ୍ଚି (ଛେରା କରି) ୟାଆନ୍ତି

ତେଲଉଣୀରେ ପିଠା ଲେଉଟାଇବା ଓ ଭଜା ଆଦି ଲେଉଟାଇବା ପାଇଁ (୙ଡ଼ିକା ପରି ପତଳା କିନ୍ତୁ ଗୋଟାଏ ମୁହଁ ଚଟକା) ଲୁହା— ଖଡ଼ିକା ବ୍ୟବହୃତ ହୁଏ]

୨: ଦାନ୍ତ ଖୁଣ୍ଟା —୨. Tooth-pick.

ପ୍ରାଦେ. (ସମ୍ବଲପୁର) ବି —

ଛୋଟ କାଠି — A small twig.