ଖଡ଼ିଛୁଆଁ
ଦେଖଣା
ଖଡ଼ିଛୁଆଁ —
ଉଚ୍ଚାରଣ: Khaṟḍ̠ichhuāñ
হাতেখাড়ি
ଦେ. ବି —
ହିନ୍ଦୁବାଳକର ସର୍ବପ୍ରଥମେ ହାତରେ ଖଡ଼ି ଧରିବାର ଅନୁଷ୍ଠାନ; ବାଳକର ବିଦ୍ୟାରମ୍ଭ— ସଂସ୍କାର —The initiation of a Hindu boy into the act of writing (one of the ceremonies which must be observed by every Hindu boy.)
[ଦ୍ର—ଏ ସଂସ୍କାର ସମୟରେ ଗୁରୁ ବା ପିତା ବାଳକହସ୍ତରେ ଖଡ଼ି ଖଣ୍ଡ଼ିଏ ଦେଇ ପ୍ରଥମେ ବ୍ରହ୍ମା, ବିଷ୍ଣୁ, ମହେଶ୍ବରଙ୍କ ନାମ ଧରି ତିନିଗୋଟି ମୁଣ୍ଡ଼ଳା ଭୂମିରେ ଲେଖନ୍ତି; 'ସିଦ୍ଧିରସ୍ତୁ' (ସିଦ୍ଧିହେଉ) ବୋଲି ମୁଁହରେ ଉଚ୍ଚାରଣ କରି ପିଲାର ହାତକୁ ଧରି ସେହି ମୁଣ୍ଡ଼ଳା ଉପରେ ମଡ଼ାନ୍ତି ଦ୍ବିଜାତି ଶିଶୁର ଜୀବନର ଉପନୟନ ପର୍ଯ୍ୟନ୍ତ ଦଶଗୋଟି ସଂସ୍କାର ମଧ୍ୟରୁ ଏହା ନବମ ବା ବିଦ୍ୟାରମ୍ଭ—ସଂସ୍କାର]