ଖଡ଼ି ପକାଇବା
ଖଡ଼ି ପକାଇବା —
ଉଚ୍ଚାରଣ: Khaṟḍ̠i pakāibā
খড়িপাতা
ଦେ. କ୍ରି —
୧: ଭବିଷ୍ୟତ ଘଟନା ଜାଣିବା ନିମନ୍ତେ ଭୂମିରେ ଖଡ଼ିଦ୍ବାରା ମୁଣ୍ଡ଼ଳା କାଟି ଫଳାଫଳ ନିର୍ଣ୍ଣୟ କରିବା — ୧. To draw lines on the ground by a piece of chalk in order to calculate one's fortune.
ଶର୍ମା ନାମେ ମର୍ମାନ୍ବେଷ ପକାଇବା ଖଡ଼ି—ମଧୁସୂଦନ, କବିତା
[ଦ୍ର—କେହି କୌଣସି ପ୍ରଶ୍ନ କଲେ ଜ୍ଯେତିଷିକ ବ୍ୟକ୍ତି ଭୂମିରେ ଖଡ଼ି ଦ୍ବାରା ଜ୍ଯେତିଷୋକ୍ତ ମଣ୍ଡ଼ଳ ଲେଖି ତହିଁ ମଧ୍ୟରୁ ମଣ୍ଡ଼ଳର ଯେଉଁ ଘରେ ଇଚ୍ଛା ସେ ଘରରେ ଖଡ଼ିଟି ଥୋଇ ଦେବା ନିମନ୍ତେ କୌଣସି ଉପସ୍ଥିତ ବ୍ୟକ୍ତିଙ୍କୁ ବା ଶିଶୁକୁ କହନ୍ତି; ଶିଶୁ ଯେଉଁ ଘର ଉପରେ ଖଡ଼ିଟି ରଖିଦିଏ ଗଣକ ତାହା ଦେଖି ପ୍ରଶ୍ନକର୍ତ୍ତାଙ୍କ କୃତ ପ୍ରଶ୍ନର ସଫଳତା ବା ନିଷ୍ଫଳତା ନିର୍ଣ୍ଣୟ କରନ୍ତି ଏହି ପକ୍ରିୟାକୁ 'ଖଡ଼ି ପକାଇବା' ବୋଲାଯାଏ]
୨: ଖଡ଼ି ପକାଇବା ପ୍ରଣାଳୀ ଦ୍ବାରା ଭବିଷ୍ୟତ ସମ୍ବନ୍ଧରେ ପ୍ରଶ୍ନର ସମାଧାନ କରିବା — ୨. To solve questions about a man's fortune by drawing lines and figures on the ground with a piece of chalk.
ଗଲା ଗୁରୁବାର ଦିନ ଖଡ଼ି ପକାଇ କହିଥିଲେ ପରା ଫକୀରମୋହନ, ଗଳ୍ପସ୍ବଳ୍ପ
୩: ଫଳିତ ଜ୍ଯୋତିଷ ସମ୍ବନ୍ଧେ ଗଣନା କରିବା — ୩. To make astrological calculations.