Jump to content

ଖଡ଼ୁ ବଜ୍ରହେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ୁ ବଜ୍ରହେବା
ଉଚ୍ଚାରଣ: Khaṟḍ̠u bājrahebā

ଦେ. ବି —

(ବାଳିକା ଓ ସଧବାସ୍ତ୍ରୀମାନଙ୍କ ପ୍ରତି ପ୍ରଯୁଜ୍ୟ ଆଶୀର୍ବାଦ ବିଶେଷ)—ଚିରକାଳ ହାତରେ ଖଡ଼ୁ ପିନ୍ଧିବା; ଆଜୀବନ ସଧବା ରହିବା — To continue to be blessed with her husband till death; (a term of blessing

used by elderly females to girls and young women; denoting "May your bracelet or bangle continue for ever i.e. may your husband live for ever".

[ଦ୍ର—ହିନ୍ଦୁ ସ୍ତ୍ରୀମାନେ ଆଜୀବନ ସଧବା ବା ଅହିଅ ହୋଇ ରହିବାକୁ ସୁଖମୟ ମଣନ୍ତି; ସ୍ବାମୀ ବଞ୍ଚି ଥାଉଁ ଥାଉଁ ଯେଉଁ ସ୍ତ୍ରୀ ମରନ୍ତି ସେ ସ୍ତ୍ରୀ ଭାଗ୍ୟବତୀ ବୋଲି ପରିମଣିତ ହୁଅନ୍ତି କୌଣସି ବୃଦ୍ଧା ସ୍ତ୍ରୀ ଯୁବତୀ ବା ବାଳିକାକୁ ଆଶୀର୍ବାଦ କଲେ କହନ୍ତି "ତୋ ଖଡ଼ୁ ବଜ୍ର ହେଉ", ଅର୍ଥାତ ବଜ୍ରପରି ଚିରସ୍ଥାୟୀ ହେଉ, ଅର୍ଥାତ ତୁ ଚିରକାଳ ସଧବା ହୋଇ ଥା] —