ଖଡ଼୍ଗ
ଦେଖଣା
ଖଡ଼୍ଗ —
ଉଚ୍ଚାରଣ: Khaḍga
ସଂ. ବି. (ଖଡ଼ ଧାତୁ= ଭେଦ କରିବା+କର୍ତ୍ତୃ. ଗ) —
୧: ଖଣ୍ଡା; ତରବାରି — ୧. Sword; scimitar.
୨: ଗଣ୍ଡାପଶୁ; ଗଣ୍ଡା —୨. Rhinoceros.
୩: ଗଣ୍ଡାର ଥୋମଣି ଉପରେ ବାହାରିଥିବା ଶିଘଂ — ୩. The snout or horn of a rhinoceros.
୪: କୁମ୍ଭୀରର ଖଗ — ୪. The spiked tail of an alligator.
୫: ଲୌହ —୫. Iron.
ଦେ. ବି —
୧: ଠାକୁରାଣୀଙ୍କ ଆଗରେ ବୋଦାକୁ ହାଣିବାର ହତିଆର — ୧. The sword used for killing animals in sacrifice before a Goddess.
୨: ଚଣ୍ଡ଼ୀ ବା କାଳୀଠାକୁରାଣୀ ହାତରେ ଧରିଥିବା ଶସ୍ତ୍ର ବା ଖଣ୍ଡା —୨. The sword held by Goddess Kālī or Chaṇḍī.