Jump to content

ଖଣା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣା
ଉଚ୍ଚାରଣ: Khaṇā
খণা खदान; खान

ଦେ. ବି (ସଂ. ଖନି) —

୧: ମାଟିରେ ଖୋଳା ହୋଇଥିବା ଗାତ; ଖଣି ଗାତ; ବଡ ଓ ଗଭୀର ଗର୍ତ୍ତ — ୧. A large deep hole in the earth; a big pit.

ଅଣାଇ କପଟେ ବଣା କରି ବାଟେ ଖଣାକୁ ଦେବାର ପେଲି—କବିସୂର୍ଯ୍ୟ. ସଙ୍ଗୀତ

୨: ପରିଖା; ଖାଇ —୨. Trench; ditch.

ତମ୍ବାର ପାଚେରୀ ବହଳ, ଖଣା ଗଭୀର ଶୁଦ୍ଧ ଜଳ—ଜଗନ୍ନାଥ. ଭାଗବତ