Jump to content

ଖଣ୍ଡଗିରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡଗିରି
ଉଚ୍ଚାରଣ: Khaṇḍagiri

ସଂ. ବି (୬: ଷ୍ଠୀ ତତ୍; ପୂର୍ବନିପାତ, ଗିରିର ଖଣ୍ଡ) —

ପାହାଡ଼ବିଶେଷ —Name of a hill.

[ଦ୍ର—ଖଣ୍ଡଗିରିପର୍ବତ ପୁରୀଜିଲ୍ଲାର ଭୁବନେଶ୍ବରଠାରୁ ତିନି ମାଇଲ ପଶ୍ଚିମରେ ଅବସ୍ଥିତ ଏହାର ଉଚ୍ଚତା ୧୨୩: ଫୁଟ ଏଥିରେ ୧୯: ଗୋଟି ଗୁମ୍ପା ଅଛି ଏହା ନିକଟକୁ ଲାଗି ଆଉ ଗୋଟିଏ ପାହାଡ଼ର ନାମ ଉଦୟଗିରି ସେଥିରେ ମଧ୍ୟ କେତେ— ଗୋଟି ଗୁମ୍ପା ଅଛି; ଏ ଦୁଇ ପାହାଡ଼ ସାଧାରଣତଃ ଖଣ୍ଡଗିରି ନାମରେ ପରିଚିତ ଗମ୍ପାମାନଙ୍କ କାରୁକାର୍ୟ୍ୟରୁ ସେ କାଳର ସାମାଜିକ ଓ ପାରିବାରିକ ଜୀବନର ପରିଚୟ ମିଳେ ଏହାର ପ୍ରାକୃତିକ ଶୋଭା ବଡ଼ ମନୋରମ ଏଠାରେ ଜୈନମାନଙ୍କର ମନ୍ଦିର ଅଛି ମହାରାଜ ଐର ଓ ଖାରବେଳଙ୍କ ଧର୍ମାନୁଶାସକମାନ ଏଥିରେ କ୍ଷୋଦିତ ହୋଇଅଛି; ଏ ସ୍ଥାନର ପ୍ରାକୃତିକ ଦୃଶ୍ୟ ଅତୀବ ମନୋହର]