Jump to content

ଖଣ୍ଡ଼ିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡ଼ିଆ
ଉଚ୍ଚାରଣ: Khaṇḍiā
(ଖଣ୍ଡ଼ୀ—ସ୍ତ୍ରୀ)

ଦେ. ବିଣ (ସଂ. ଖଣ୍ଡ଼ିତ) —

୧: ବିକଳାଙ୍ଗ —୧. Maimed; crippled; devoid of limbs.

୨: ଅସ୍ତ୍ରଦି ଦ୍ବାରା କ୍ଷତଯୁକ୍ତ; କ୍ଷତବିକ୍ଷତ — ୨. Wounded with weapons.

୩: ଭଗ୍ନ —୩. Broken.

ଖଣ୍ଡ଼ିଆ ଖଣ୍ଡା ଖଣ୍ଡ଼ି ଶିଖଣ୍ଡ଼ୀ ବୁଲାଇ—କୃଷ୍ଣସିଂହ, ମହାଭାରତ, ଭୀଷ୍ମ

୪: ଅସମାପ୍ତ; ଅସମ୍ପୂର୍ଣ୍ଣ — ୪. Incomplete; unfinished.

(ଯଥା—ଖଣ୍ଡ଼ିଆ ମାସ)

୫: ଅର୍ଦ୍ଧନିଷ୍ପନ୍ନ —୫. Half done.

୬: ପୁଂ. (ଇତର ଲୋକସମାଜରେ ସ୍ତ୍ରୀମାନଙ୍କର ପୁରୁଷପ୍ରତି ବ୍ୟବହୃତ ଗାଳି)—ପଙ୍ଗୁ; ଗଳିତକୁଷ୍ଣ ରୋଗଜନିତ କ୍ଷତି ଯୋଗୁଁ ବିକଳାଙ୍ଗ — ୬. (a term of abuse) Maimed; leprous.

୭: କର୍ତ୍ତିତ; ଛିନ୍ନ; ବିଖଣ୍ଡ଼ିତ —୭. Cut.

ରାମ କାଣ୍ଡ଼େ ହୋଇ ମୁଡ଼୍ଗର ଦୁଇଖଣ୍ଡ଼ି ଖଣ୍ଡ଼ିଆ ଅହି ପରି ପଡ଼ିଲା ମହୀ ମଣ୍ଡ଼ି—କୃଷ୍ଣସିଂହ, ମହାଭାରତ, ବନ

୮: ୟାହାର ଆଶା ଚୂର୍ଣ୍ଣ ହୋଇଅଛି — ୮. Disappointed.

ଦେ. ବି —

୧: କୁଷ୍ଠରୋଗ ଯୋଗୁଁ ବିକଳାଙ୍ଗ ବ୍ୟକ୍ତି; ଗଳିତ କୁଷ୍ଠରୋଗଗ୍ରସ୍ତ ବ୍ୟକ୍ତି — ୧. A crippled leper.

୨: ବିକଳାଙ୍ଗ ବ୍ୟକ୍ତି — ୨. Maimed person; a cripple.

ପ୍ରାଦେ (ସମ୍ବଲପୁର) ବି —

ଗଉଡ଼ମାନଙ୍କ ଶ୍ରେଣୀବିଶେଷ — A subcaste of cowherds in Sambalpur.