Jump to content

ଖଣ୍ଡ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡିବା
ଉଚ୍ଚାରଣ: Khaṇḍibā
খণ্ডা खँड़ना

ଦେ. କ୍ରି. (ସଂ. ଖଣ୍ଡ ଧାତୁ) —

୧: ନାଶ କରିବା — ୧. To destroy.

ଖଣ୍ଡଇନ୍ଦୁଶେଖର, ଖଣ୍ଡ ମୋ କ୍ଳେଶଭରା ନୀଳମଣି, ଭକ୍ତିଧାରା

୨: ଛେଦନ କରିବା; କାଟିବା; ହାଣିବା —୨. To cut.

କତୁରୀରେ ଅଳକାକୁ ନୁତନ ଖଣ୍ଡିଛି ଭଞ୍ଜ ଲାବଣ୍ୟବତୀ

୩: ଖଣ୍ଡିତ ବା ଛେଦିତ ହେବା — ୩. To be cut off; to be dispelled.

କହ ଏହାର ହେତୁ କର୍ମ, ଯେଣେ ଖଣ୍ଡଇ ଭବଭ୍ରମ ଭୂପତି ପ୍ରେମପଞ୍ଚାମୃତ

୪: ହରଣ କରିବା —୪. To undo.

୫: ଦୂର କରିବା —୫. To remove; to take away.

୬: (ଅନୁଷ୍ଠାନ) ବିଘ୍ନ କରିବା — ୬. To obstruct or to put obstacles to.

୭: ଭାଙ୍ଗିବା —୭. To break.

୮: (ବିପଦ) ବାରଣ କରିବା — ୮. To thwart (a danger).

୯: (ଦୁଃଖ) ନିରାକରଣ କରିବା — ୯. To enable one to evade (a danger).

୧: (ଅପରାଧ, ପାପ) କ୍ଷମାଦେବା — ୧୦. To forgive (a fault or sin).

୧୧: (ଯୁକ୍ତି ବା ତର୍କଆଦିକୁ ପ୍ରତିଯୁକ୍ତିଦ୍ବାରା) କାଟିବା — ୧୧. To refute or rebut (an argument by counter-argument).

୧୨: ରଦ୍ କରିବା —୧୨. To set aside; to nullify.

୧୩: (ଆଦେଶ) ଅମାନ୍ୟ କରିବା — ୧୩. To disobey; to set at naught; to disregard (an order).

୧୪: ବିଭକ୍ତ କରିବା —୧୪. To divide.

୧୫: ପୃଥକ୍ କରିବା —୧୫. To separate.