ଖଣ୍ଡାୟତ
ଦେଖଣା
ଖଣ୍ଡାୟତ ଓଡ଼ିଶାର ଏକ ଚାଷୀ ତଥା ଜମିହୀନ ଏବଂ ଜମି ଥିବା ଜାତି । ସେମାନଙ୍କ ମଧ୍ୟରୁ କେତେକ ଭାଗଚାଷୀ ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ । ଅତୀତରେ ଚଷା, ଶୂଦ୍ର, କନ୍ଧ ଓ ବିଭିନ୍ନ ଜାତିର ସମାହାରରେ ଖଣ୍ଡାୟତ ଜାତିର ସୃଷ୍ଟି । ଯେଉଁ ଲୋକମାନେ ଯୁଦ୍ଧରେ ରାଜାଙ୍କ ସେନାବାହିନୀରେ ଯୋଗ ଦେଉଥିଲେ ସେମାନଙ୍କୁ ଫଳ ସ୍ୱରୂପ ଖଣ୍ଡାୟତ ଉପାଧି ଓ କିଛି କର ମୁକ୍ତ ଜମି ପ୍ରଦାନ କରାଯାଉଥିଲା କାଳ କ୍ରମେ ଏହା ଏକ ନୂତନ ଜାତି ଖଣ୍ଡାୟତ ନାମରେ ପ୍ରତିଷ୍ଠିତ ହେଲା । ଏମାନେ ବର୍ଣ୍ଣ ବ୍ୟବସ୍ଥାରେ ଶୁଦ୍ର ବର୍ଣ୍ଣରେ ଆସନ୍ତି। ବର୍ତ୍ତମାନ ଓଡ଼ିଆ ଖଣ୍ଡାୟତ ଜାତିକୁ ଓଡ଼ିଶା ସରକାର ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ବର୍ଗ (ଏସଇବିସି)ଙ୍କ ମଧ୍ୟରେ ସ୍ୱୀକୃତି ଦେଇଛନ୍ତି । ଖଣ୍ଡାୟତ ଅନ୍ୟାନ୍ୟ ବୃତ୍ତି ସହ କୌଳିକ ଚାଷ ବୃତ୍ତି କରି ଜୀବିକା ଅତିବାହିତ କରନ୍ତି ।