Jump to content

ଖଣ୍ଡାୟତ

ଉଇକିଅଭିଧାନ‌ରୁ
  ଏହି ଲେଖାଟି ଓଡ଼ିଆ ଉଇକିଅଭିଧାନ ଢାଞ୍ଚାରେ ଲେଖାଯାଇନାହିଁ । ଲେଖାଟି ପାଇଁ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ କିମ୍ବା ଆଧାର ଦିଆ ଯାଇନହିଁ । ଏହାକୁ ଏକ ସମ୍ପୂର୍ଣ ପ୍ରସଙ୍ଗ/article ଭାବରେ ଓଡ଼ିଆ ଉଇକିପିଡ଼ିଆରେ ଲେଖିପାରିବେ । କେହି ଉଇକିଆଳି ଏହି ଶବ୍ଦଟିକୁ ଠିକ କରିବାରେ ସହଯୋଗ କରନ୍ତୁ । ଏହି ଶବ୍ଦ ବିଷୟରେ ଅଧିକ ଆଲୋଚନା, ଆଲୋଚନା ପୃଷ୍ଠାରେ କରିବାପାଇଁ ଅନୁରୋଧ ।
ଏହି ବିଷୟରେ ଅଧିକ ଆଲୋଚନା କରିବାପାଇଁ ଶବ୍ଦ-ଆଲୋଚନାରେ ମତାମତ ଦିଅନ୍ତୁ ।


ଖଣ୍ଡାୟତ ଓଡ଼ିଶାର ଏକ ପାରମ୍ପାରିକ କ୍ଷତ୍ରିୟ ଯୋଦ୍ଧା ଜାତି । ଖଣ୍ଡାୟତ ମାନେ ବ୍ରିଟିଶ ଶାସନ ପୂର୍ବରୁ ଶାସନକାର୍ଯ୍ୟ ଓ ଯୁଦ୍ଧରେ ନିୟୋଜିତ ଥିଲେ। ପୁରୀ ଗଜପତିଙ୍କ ନିଦ୍ଦେଶ ଅନୁସାରେ ଖଣ୍ଡାୟତମାନେ ଯୁଦ୍ଧବିଦ୍ୟାରେ ନିପୁଣ ହୋଇଥିବେ, ରାଜ୍ୟଶାସନରେ ମହାରଥୀ ପଦ ହାସଲ କରିଥିବେ ଏବଂ ନିଜେ ମଧ୍ୟ ଶୃଙ୍ଖଳିତ ହୋଇଥିବେ । ଖଣ୍ଡାୟତମାନେ କ୍ଷତ୍ରୀୟ ଅନ୍ତର୍ଭୁକ୍ତ । ପ୍ରାଚୀନ ଉତ୍କଳ ର ରାଜ୍ୟ ଶାସନ ଭାର ଖଣ୍ଡାୟତ ମାନଙ୍କ ଉପରେ ହିଁ ନିର୍ଭର ଥିଲା । ଖଣ୍ଡାୟତ ମାନେ ହିଁ ବିଭିନ୍ନ ପ୍ରାନ୍ତ ରେ ଶାସନ କରୁଥିଲେ । ଶାସନ କରିବା ଠାରୁ ଆରମ୍ଭ କରି ସେନାପତି , ଦଳପତି ପ୍ରଭୃତି ବୀର ସନ୍ୟ ମାନେ ଖଣ୍ଡାୟତ ମାନେ ହିଁ ଥିଲେ ।୨୫୦୦ ବର୍ଷରୁ ଉର୍ଦ୍ଧ୍ୱ ଲିଖିତ ଇତିହାସ ଭିତରୁ କଳିଙ୍ଗ ଯୁଦ୍ଧ ଏବଂ ପାଇକ ବିଦ୍ରୋହ କେତେକ ଐତିହାସିକ ଘଟଣା ଭାବେ ଅନ୍ୟତମ । ଯେଉଁ ଖଣ୍ଡାୟତମାନେ ଯୁଦ୍ଧରେ ଲଢୁଥିଲେ ସେମାନଙ୍କୁ ପଦ ଅନୁସାରେ ଜମି ପ୍ରଦାନ କରାଯାଉଥିଲା ଯାହା ଜାଗିରି ବୋଲି ମଧ୍ୟ ଜଣା । ଏହା ଫଳରେ ୧୯ଶ ଶତାବ୍ଦୀ ଶେଷ ଭାଗ ସମୟରେ ଅଧିକାଂଶ ଜମିଦାରୀ ଖଣ୍ଡାୟତ ସମୁଦାୟର ଲୋକମାନଙ୍କ ପାଖେ ଥିଲା । ପାଇକ ବିଦ୍ରୋହ ଖଣ୍ଡାୟତ ମାନଙ୍କ ନେତୃତ୍ୱ ରେ ହୋଇଥିଲା । ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଜମିଦାରୀ ପ୍ରଥାକୁ ଉଚ୍ଛେଦ ହେଲା ପରେ ଓଡ଼ିଶାର ଖଣ୍ଡାୟତ ଓ ବ୍ରାହ୍ମଣ ସମୁଦାୟ ଲୋକ ସେବା, ରାଜନୀତି ଓ ବିଭିନ୍ନ ଅନ୍ୟ ବୃତ୍ତିରେ ନିୟୋଜିତ ହେଲେ ।ଖଣ୍ଡାୟତମାନେ ଧାର୍ମିକତା ଅନୁସାରେ ବିଭକ୍ତ ନ ହୋଇ ସାମାଜିକ ସ୍ଥିତି ଅନୁସାରେ ମୁଖ୍ୟତଃ ଅଗ୍ନିବଂଶୀ , ସୂର୍ଯ୍ୟବଂଶୀ, ନାଗବଂଶୀ ଏବଂ ଚନ୍ଦ୍ରବଂଶୀ ଆଦିରେ ବିଭକ୍ତ । ସେମାନେ ମହାଲୟକ , ମହାନାୟକ ତଥା ଦଳପତି ଭାବେ ମଧ୍ୟ ପରିଚିତ। ପୁର୍ବେ ଖଣ୍ଡାୟତମାନେ ବିଶେଷ କରି କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଜଗତସିଂପୁର, ଯାଜପୁର, ନୟାଗଡ଼, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ମଧ୍ୟ-ଓଡ଼ିଶାର ବିଭିନ୍ନ ସ୍ଥାନରେ ବସବାସ କରୁଥିଲେ ।ଖଣ୍ଡ ଅର୍ଥାତ ଭୂମି କିମ୍ବା ବିଶାଳ ଭୂଖଣ୍ଡ ବା ଅଞ୍ଚଳ ଏବଂ ଖଡ୍ଗ ଅର୍ଥାତ ଖଣ୍ଡାକୁ ନିୟନ୍ତ୍ରଣ କରୁଥିବା କ୍ଷତ୍ରିୟ । ସାଧାରଣତଃ ପୂର୍ୱ ଭାରତ ତଥା ଓଡ଼ିଶାର କ୍ଷତ୍ରିୟମାନେ ନିଜକୁ ଖଣ୍ଡାୟତ ଭାବେ ପରିଚୟ ଦିଅନ୍ତି । ରାଜ୍ୟର ଶାସନ ବ୍ୟବସ୍ଥା ଏମାନଙ୍କ ହାତରେ ରହୁଥିଲା । ପ୍ରାଚୀନ ଓଡ଼ିଶା କହିଲେ ପୂର୍ବେ ଗଙ୍ଗାରୁ ଗୋବଦରୀ ଯାଏଁ କୁହା ଯାଉଥିଲା । ରୀତିନୀତି ଓ ପରମ୍ପରା ଉତ୍ତର ଭାରତୀୟ ବ୍ରାହ୍ମଣମାନଙ୍କ ରିତି ନୀତି ପରି । ଖଣ୍ଡାୟତମାନଙ୍କ କେତେକ ସାଧାରଣ ଗୋତ୍ର ହେଲା ଭରଦ୍ୱାଜ, କୌଣ୍ଡିନ୍ୟ (ଭ୍ରମ ବଶତଃ କୌନସ୍ୟ ବୋଲି ଲୋକାଚାରରେ ପ୍ରଚଳିତ), ବାତ୍ସ୍ୟ, ମୁଦ୍ଗଳସ୍ୟ , ନାଗସ୍ୟ ,ତମଶ୍ୟ, ବଶିଷ୍ଠ, କଶ୍ୟପ, ଅତ୍ରେୟ , ଗାଙ୍ଗସ୍ୟ ,ଭାର୍ଗବ,ଭରଦ୍ୱାଜ,ବିନାୟକ, ଶଙ୍ଖସ୍ୟ ଆଦି।