ଖଣ୍ଡିତ
ଖଣ୍ଡିତ —
ଉଚ୍ଚାରଣ: Khaṇḍita
(ଖଣ୍ଡତା—ସ୍ତ୍ରୀ)
ସଂ. ବିଣ. (ଖଣ୍ଡ ଧାତୁ+କର୍ମ. ତ) —
୧: ଖଣ୍ଡଖଣ୍ଡ ହୋଇ କର୍ତ୍ତିତ —୧. Cut into pieces; chopped.
୨: ଛିନ୍ନବିଚ୍ଛିନ୍ନ —୨. Torn to pieces.
୩: ବିନାଶିତ —୩. Destroyed; annihilated.
୪: କ୍ଷୟିତ —୪. Decayed.
୫: ଯୁକ୍ତିଦ୍ବାରା ନିରାସିତ — ୫. Refuted by argument; controverted; successfully met or answered.
୬: ଅଦଲ କରା ଯାଇଥିବା — ୬. Nullified; set at naught.
୭: ଅନାଦୃତ; ପରିତ୍ୟକ୍ତ — ୭. Abandoned; disregarded.
୮: ପୁଂ—ନିରାଶ; ବିଫଳକାମ —୮. Disappointed.
୯: ୟାହା ପୂର୍ଣ୍ଣମାତ୍ରାରେ ନିଷ୍ପନ୍ନ ନ ହେଉଣୁ ବନ୍ଦ କରାଯାଏ — ୯. Broken at the middle; not completed; discontinued.
୧: ଯେଉଁ ବିଗ୍ରହର କୌଣସି ଅଙ୍ଗ କଟିଯାଇ ଥାଏ — ୧୦. Mutilated (image).
୧୧: ବିରୁଦ୍ଧ ପ୍ରମାଣଦ୍ବାରା ନିରାକୃତ — ୧୧. Refuted; rebutted by evidence.
୧୨: ବିଘ୍ନ ବା ବାଧାପ୍ରାପ୍ତ —୧୨. Obstructed.
୧୩: ୟାହା ଏଡ଼ା ଯାଇ ଥାଏ —୧୩. Evaded.
୧୪: ବିଭକ୍ତ —୧୪. Divided.