Jump to content

ଖଣ୍ଡୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡୁଆ
ଉଚ୍ଚାରଣ: Khaṇḍuā
শিখণ্ডী गुँघट; घाघी

ଦେ. ବି. (ସଂ. ଶିଖଣ୍ଡୀ=ଶିଖା ବା ଅଞ୍ଚଳଯୁକ୍ତ; ତୁଳ. ହି. ଖୁଡ଼ୁଆ=ବର୍ଷା ବା ଶୀତର ଦାଉରୁ ରକ୍ଷା ପାଇବା ପାଇଁ ମୁଣ୍ଡ଼ରେ ମୋଡ଼ା ହୋଇ ପକାଯିବା କମ୍ବଳ ବା ଲୁଗା) —

୧: ଭଦ୍ରବଂଶୀୟା ସ୍ତ୍ରୀମାନେ ପ୍ରକାଶ୍ୟରେ ବାହାରିବା ସମୟରେ ପିନ୍ଧିଥିବା ଲୁଗା ଉପରେ ପକାଇବା ଓଢ଼ଣୀ; ନାନାବର୍ଣ୍ଣ ଓ ଚିତ୍ର ସଂକଳିତ ଓଢ଼ଣୀ — ୧. A variegated scarf or upper sheet put on by respectable females over the cloth worn and hanging from the head downwards when they come out of the house; a multicoloured wrapper for female wear.

ବିଚିତ୍ର ଖଣ୍ଡ଼ୁଆ ଦୋସଡ଼ା ଦୀନକୃଷ୍ଣ, ଜଗମୋହନ

[ଦ୍ର—ଖଣ୍ଡ଼ୁଆ ପାଟ ବା ତସର ସୂତାରେ ବୁଣାଯାଏ ଖଣ୍ଡ଼ୁଆ ଉପରେ ନାନାଦି ପଶୁ, ପକ୍ଷୀ, ମନୁଷ୍ୟ, ବୃକ୍ଷ, ଲତା, ମନ୍ଦିର ଓ ଦେବତାଙ୍କର ଚିତ୍ର ଭିନ୍ନ ଭିନ୍ନ ରଙ୍ଗରେ ଖୁବ କୌଶଳକ୍ରମେ ବୁଣା ଯାଇଥାଏ ଓଡ଼ିଶାର କେତେକ ଗଡ଼ଜାତର ତନ୍ତୀମାନେ ଅତି ଉତ୍କୃଷ୍ଟ ଓ ଚିତ୍ରବିଚିତ୍ରିତ ଖଣ୍ଡ଼ୁଆ ବୁଣୁଥିଲେ ଆଧୁନିକ ଶିକ୍ଷିତ ସମାଜରୁ ଏହାର ଆଦର କ୍ରମଶଃ କମି ଯିବାରୁ ଆଜିକାଲି ଖଣ୍ଡ଼ୁଆ ବୁଣିବା କାମ କମି ଯାଇଅଛି ଖଣ୍ଡ଼ୁଆ ବୁଣିବା ପାଇଁ ଭିନ୍ନ ଭିନ୍ନ ରଙ୍ଗର ଓ ମାପର ଅନେକ ଗୁଡ଼ିଏ ଭରଣୀ ସୂତା ସଂଗ୍ରହ କରି ତନ୍ତରେ ସଜାଇ ରଖିବାକୁ ହୁଏ ଭିନ୍ନ ଭିନ୍ନ ଚିତ୍ରସମ୍ବଳିତ ଖଣ୍ଡ଼ୁଆ ବୁଣିବା ପାଇଁ କେଉଁ କେଉଁ ରଙ୍ଗର ଓ ମାପର ସୂତା ଲାଗିବ ତତ୍ସମ୍ବନ୍ଧେ ଉପଦେଶ ଓ ବର୍ଣ୍ଣନା ଲେଖାଥିବା ପୋଥି କେତେକ ବିଶିଷ୍ଟ ଓ ଖାନଦାନ ତନ୍ତୀଙ୍କ ଘରେ ପୁରୁଷାନୁକ୍ରମେ ବ୍ୟବହୃତ ହୋଇ ଆସୁଅଛି ଖଣ୍ଡ଼ୁଆ ବୁଣିବା ପ୍ରାଚୀନ ଉତ୍କଳରେ ତନ୍ତୀ— ମାନଙ୍କର ଗୋଟିଏ ବିଶିଷ୍ଟ ଶିଳ୍ପକଳା ଥିଲା ]

୨: ବମ୍ବେ ପ୍ରଦେଶରେ ଜିଲ୍ଲାବିଶେଷ — ୨. A district in Bombay presidency.