ଖଣ୍ଡ 'ଅ' କାର
ଦେଖଣା
ଖଣ୍ଡ 'ଅ' କାର —
ଉଚ୍ଚାରଣ: Khaṇḍa 'a' kāra
ଦେ. ବି —
ଲୁପ୍ତ 'ଅ' କାର ବା 'ଅ' ଅକ୍ଷରର ଚିହ୍ନ; ଯେଉଁଠାରେ ସନ୍ଧି ଯୋଗୁଁ 'ଅ' ଅକ୍ଷର ଲୁପ୍ତ ହୋଇଥାଏ ତାହା ସୂଚନା କରିବା ପାଇଁ ଦିଆଯିବା ଚିହ୍ନ; 'ଽ' —
(ଯଥା—ତତଃ+ଅଧିକ=ତତୋଽଧିକ )
[ଦ୍ର—ହାତରେ ଚମ୍ପାଫୁଲଟିଏ ଧରି ଫୋପାଡି ଦେଲେ, ହାତରେ ତାହାର ଯେଉଁପରି ସୁଗନ୍ଧ ରହିଯାଏ, ଖଣ୍ଡଅକାରରେ 'ଅ' ଅକ୍ଷରର ସେହିପରି ଗନ୍ଧ ବା ସମ୍ବନ୍ଧ ମାତ୍ର ରହେ]