Jump to content

ଖତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖତ
ଉଚ୍ଚାରଣ: Khata
সার खाद

ଦେ. ବି. (ସଂ. ଖାଦ୍ୟ; ଏହା ଭୂମିର ଖାଦ୍ୟ) —

୧: କ୍ଷେତ୍ରର ଉତ୍ପାଦିକା ଶକ୍ତି ବଢ଼ାଇବା ପାଇଁ କ୍ଷେତ୍ରରେ ଦିଆଯିବା ସାର — ୧. Manure; fertiliser.

୨: ପଚା ଗୋବର — ୨. Putrefied cowdung.

୩: ପଚି ସଢ଼ି ନଷ୍ଟ ହୋଇଥିବା ବସ୍ତୁ — ୩. Completely spoiled thing.

୪: ପାଉଁଶ —୪. Ashes.

[ଦ୍ର—ଭୂମିର ଉତ୍ପାଦିକା ଶକ୍ତି ବଢାଇବା ପାଇଁ କ୍ଷେତରେ ପାଉଁଶ, ବହୁକାଳର ସଢ଼ା ଗୋବର, ନାନାପ୍ରକାର ପଚା ସଢା ବସ୍ତୁ, ପଶୁ— ପକ୍ଷୀଙ୍କ ମଳ, ମୃତଜୀବ, ଲୁଣ, ଚୂନ, ହାଡଚୂନା ଆଦି ଦିଆଯାଏ ସାଧାରଣ ଗୃହସ୍ଥର ଘର ପାଖରେ ଥିବା ଗୋଟିଏ ଖାତରେ ବର୍ଷତମାମ୍ ଗୃହର ଆବର୍ଜନା, ପାଉଁଶ, ଗୋବର ଓ ଗୋରୁମୂତ ୟାକ ସ୍ତୂପା— କାରରେ ଜମା କରା ୟାଉଥାଏ ସେଗୁଡିକ ସଢି 'ଖତ' ହେବା ପରେ କ୍ଷେତ ଚାଷର ଉପଯୋଗୀ ହେବା ସମୟରେ ଗୃହସ୍ଥ ଉକ୍ତ ଖତକୁ ଖତଗଦାରୁ ନେଇ କ୍ଷେତରେ ପକାଏ ଭିନ୍ନଭିନ୍ନ ଫସଲ ପାଇଁ ଓ ଭିନ୍ନ ଭିନ୍ନ ଶ୍ରେଣୀର ଜମି ପାଇଁ ଭିନ୍ନ ଭିନ୍ନ ଖତ ଲୋଡ଼ା ହୁଏ]

ଦେ. ବିଣ —

୧: ପଚି ସଢ଼ି ନଷ୍ଟ ହୋଇଥିବା —୧. Putrefied.

୨: ସମ୍ପୂର୍ଣ୍ଣ ବିନଷ୍ଟ —୨. Entirely damaged.

খত खत

ବୈଦେ. ବି (ଆ. ଖତ=ଚିଠି; ପତ୍ର) —

ଖତପତ୍ର (ଦେଖ) — Khatapatra (See)