Jump to content

ଖତିଆନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖତିଆନ୍
ଉଚ୍ଚାରଣ: Khatiān
খতেন खतियौनी

ବୈଦେ. ବି (ଫା; ଆ. ଖତ=ଲେଖା, ଚିଠି) —

୧: ରାଜସ୍ବ ବନ୍ଦୋବସ୍ତ ହାକିମମାନେ ଯେଉଁ କାଗଜରେ ଜମିଦାର ଓ ପ୍ରଜାଙ୍କ ଜମି ଜମା ଆଦିର ବିବରଣ ଲିପିବଦ୍ଧ କରନ୍ତି; ଭୂସ୍ବତ୍ବଲିପି —୧. Record of rights prepared during a Revenue Settlement.

୨: ବ୍ୟବସାୟରେ ଖରିଦ୍ବିକ୍ରିର ଦୈନିକ ହିସାବ ଲେଖା ଯିବା ଖାତା — ୨. Daily ledger or account- book of business.

୩: ଦୈନିକ ଆୟ ବ୍ୟୟକୁ ଶ୍ରେଣୀବଦ୍ଧ କରି ଲେଖିବା — ୩. Classification of daily income and expenditure under different heads.

୪: ଜମିଦାରୀ ସିରସ୍ତାରେ ଯେଉଁ କାଗଜରେ ପ୍ରଜାର ଜମିଜମାର ବିବରଣ ଲେଖାଥାଏ —୪. A register maintained by a Zamindar showing the area and rent of each tenant.