ଖଦାଳ
ଦେଖଣା
ଖଦାଳ —
ଉଚ୍ଚାରଣ: Khadāḻa
ପ୍ରାଦେ.
୧: (ଗଞ୍ଜାମ, ସମ୍ବଲପୁର) ବି— ଅସ୍ପୃଶ୍ୟ ତନ୍ତୀ ଜାତିବିଶେଷ; ବାଉରୀବୁଣା — ୧. An untouchable caste who weave cloth.
ଖଳ କହନ୍ତି ଯେଉଁ ଜନ, ଖଦାଳ ହୁଅନ୍ତି ସେମାନ ବଳରାମ. ବିଷ୍ଣୁପୁରାଣ
[ଦ୍ର—ଏମାନେ ଖଦିଲୁଗା ବୁଣନ୍ତି, ତେଣୁ ଏମାନଙ୍କର ଏପରି ନାମ ହୋଇଅଛି]
୨: (ବାଲେଶ୍ବର) ପରିବା ବିକ୍ରୟ କରିବା ଶୂଦ୍ର ଜାତିବିଶେଷ — ୨. A caste of Sūdra greengrocers.
୩: (ଗାଳି) ମୂର୍ଖ ଅଖାଡ଼ୁଆ ବ୍ୟକ୍ତି — ୧. A stupid illiterate person.