ଖଦ୍ଯୋତ
ଦେଖଣା
ଖଦ୍ଯୋତ —
ଉଚ୍ଚାରଣ: Khadyota
ସଂ. ବି. (ଖ=ଆକାଶ+ଦ୍ଯୁତ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଅ) —
୧: ଜ୍ଯେତିରିଙ୍ଗଣ; ଜୁଳୁଜୁଳିଆ ପୋକ —Fire-fly.
୨: ସୂର୍ଯ୍ୟ —୨. The sun.
୩: (ଲକ୍ଷଣାର୍ଥ) କ୍ଷଣକାଳସ୍ଥାୟୀ ସୁଖ — ୩. (figurative) Transient happiness. (M.W.)
୪: ଚକ୍ଷୁ; ଆଖି —୪. Eye.
ଖଦ୍ଯେତ, ଆବିର୍ମ୍ମୁଖୀ ଦୁଇ, ଚକ୍ଷୁର ନାମ ସେ ଅଟଇ ଜଗନ୍ନାଥ. ଭାଗବତ