ଖନା
ଖନା —
ଉଚ୍ଚାରଣ: Khanā
খনা, তোতলা
तोतला
(ଖନୀ, ଖନେଈ—ସ୍ତ୍ରୀ)
ଦେ. ବିଣ. ପୁଂ. (ସଂ. ସ୍ଖଳିତବାକ; ଖଣ୍ଡ଼ିତବାକ) —
୧: ସ୍ଖଳିତବାକ; ଦରୋଟି ବା ଖନ୍ଖନ୍ କଥା କହୁଥିବା; ବିକୃତ ଉଚ୍ଚାରଣ ବିଶିଷ୍ଟ; ୟାହାର ଜିଭ ଛୋଟ ଥିବାରୁ କଥା ସ୍ପଷ୍ଟ ପ୍ରକାଶ ପାଏ ନାହିଁ; ଯେ ଅନୁନାସିକ କଥା କହେ — ୧. Stammering.
[ଦ୍ର—ତିନିପ୍ରକାରର ଖନା ଅଛନ୍ତି ଯଥା— ୧: —ଶିଶୁମାନେ 'ଳ' ଓ 'ର' ସ୍ଥାନରେ 'ଲ', 'ସ' ସ୍ଥାନରେ 'ଛ', ଟ ସ୍ଥାନରେ ତ ଆଦି ଉଚ୍ଚାରଣ କରନ୍ତି, ମାତ୍ର ବଡ଼ ହୋଇଗଲେ ଏ ସବୁ ସଂଶୋଧିତ ହୋଇଯାଏ
୨: —କେତେକ ଖନା ଗୋଟିଏ ଅକ୍ଷର ପରିବର୍ତ୍ତେ ଅନ୍ୟ ଅକ୍ଷର ଉଚ୍ଚାରଣ କରି ପକାନ୍ତି
୩: —କେତେକ ଖନା ଶଦ୍ଦର ଆଦ୍ୟ ଅକ୍ଷରକୁ ଉଚ୍ଚାରଣ କରୁ କରୁ ତାକୁ ଏକାଧିକ ଥର ହଳନ୍ତ ବର୍ଣ୍ଣ କରି ଉଚ୍ଚାରଣ କରନ୍ତି ଯଥା—
'ମ୍—ମ୍—ମୁଁ;' 'ଘ୍—ଘ୍—ଘ୍—ଘରକୁ'; ୟ୍—ୟ୍—ୟ୍— ୟିବି]
খনা
मसल
ଦେ. ବି. ପୁଂ —
୧: ତୋତଳା; ତୋତା; କଥା କହିଲା ବେଳେ ୟାହାର ପାଟି ଲାଗେ — ୧. A stammerer.
ଖନା ପ୍ରାଯେ ରହି ରହି କହି ନାନା କଥା ଆସୁଅଛି ମିଥ୍ୟା ରାଧାନାଥ, ମହାୟାତ୍ରା
୨: ପୁରାତନ ଋଷିବିଶେଷ — ୨. A sage.
[ଦ୍ର—ଏ ଋଷିଙ୍କ ରଚିତ ଅନୁଭବ ଓ ଜ୍ଞାନପୂର୍ଣ୍ଣ, ଏବଂ ବର୍ଷା,କୃଷି ଓ ଜ୍ଯୋତିଷ ଆଦି ଅନେକ ବ୍ୟାବହାରିକ ବିଷୟକ 'ପ୍ରବଚନ' ଭାଷାରେ ଅଦ୍ୟାବଧି ଚଳୁଅଛି
କେହି କେହି କହନ୍ତି ଯେ ଏ ଜଣେ ସ୍ତ୍ରୀ ଲୋକ ଥିଲେ ଓ ବିକ୍ରମାଦିତ୍ୟଙ୍କ ରାଜସଭାରେ ପ୍ରଧାନ ଜ୍ଯୋତିଷୀ ବରାହଙ୍କ ପୁତ୍ର ମିହିରଙ୍କୁ ବିବାହ କରିଥିଲେ କିନ୍ତୁ ଏ ଜ୍ଯୋତିଷବିଦ୍ୟାରେ ସ୍ବାମୀଙ୍କୁ ଓ ଶ୍ବଶୁରଙ୍କୁ ବଳିପଡ଼ିବାରୁ ଏହାଙ୍କର ଜିଭ କଟା ହୋଇଥିଲା, ତେଣୁ ଏ ଖନା ହୋଇଥିଲେ ଆଚାର୍ୟ୍ୟ ଯୋଗେଶଚନ୍ଦ୍ରଙ୍କ ମତରେ ଏ ଜଣେ ବଙ୍ଗବାସୀ ପୁରୁଷ ଥିଲେ ଓ ୫୬: ବର୍ଷ ପୂର୍ବେ ଜୀବିତ ଥିଲେ]