Jump to content

ଖପିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖପିବା
ଉଚ୍ଚାରଣ: Khapibā
খেপা खपना ছিপেযাওয়া; খপা छिपना खपना

ଦେ. କ୍ରି—(ସଂ. କ୍ଷିପ୍ ଧାତୁ) —

୧: ରାଗ ହେବା; ରାଗାନ୍ନିତ ହେବା —୧. To be angry; to be enraged.

୨: ବହୁ ବସ୍ତୁରେ ମିଶି ଲୁଚିଯିବା; ବାରି ନ ହେବା — ୨. To commingle so as not to be distinguished or marked.

(ଯଥା—ଏତେ ବାଉଁଶ ଯୋଗାଡ଼ କରିଥିଲି, ମାତ୍ର ଦୁଇ ବଖରା ଘରରେ ସବୁତକ କୁଆଡ଼େ ଖପିଗଲା)

୩: ଲୁଚିବା; ଛପିଯିବା —୩. TO be concealed or hidden.

୪: ଖାପ ଖାଇବା —୪. To fit in; to tally with.

(ଯଥା—ଏ ଅଣକିଳି ଖଣ୍ଡ ଖପିକରି ଥିବାରୁ ଶଗଡ଼ ଖଣ୍ଡି ଅନେକ ଦିନ ଯାଏ ଭଲ ଗଡ଼ୁଥିଲା)

୫: ବ୍ୟୟିତ ହେବା —୫. To be spent.

(ଯଥା—ଆମ ସାଆନ୍ତାଣୀଙ୍କ କୋଠା କାମରେ ଟଙ୍କା ପାଞ୍ଚ ହଜାର ଖପିଗଲା)

ପ୍ରାଦେ. (ସମ୍ବଲପୁର) କ୍ରି —

୧: ଝାଉଁଳି ପଡ଼ିବା — ୧. To wither (said of plants and trees).

୨: (ଧାନର ପାଚିବା ସମୟ) ଅତିରିକ୍ତ ହେବା; ବଳିଯିବା; ଗଡ଼ିଯିବା — ୨. To exceed the time of harvest (said of crops).

[ଦ୍ର—ଏ କ୍ରିୟାର ଅସମାପିକା—ରୂପ ସଙ୍ଗେ ଯିବାକ୍ରିୟାଯୁକ୍ତ ହୁଏ; ଖପିଯିବା]