ଖମ୍ବାଜ
ଦେଖଣା
ଖମ୍ବାଜ —
ଉଚ୍ଚାରଣ: Khambāja
খম্বাজ
खम्भाज
ଦେ. ବି (ସଂ. ସ୍କମ୍ଭାବତୀ. ଗୁଜରାଟର ଅଞ୍ଚଳବିଶେଷ) —
ରାଗ— ବିଶେଷ —A kind of metre.
[ଦ୍ର—ଏହାର ଗାଇବା କାଳ ରାତ୍ରିର ପ୍ରଥମ ଓ ଦ୍ବିତୀୟ ପ୍ରହର ଏଥିରେ ଆରୋହଣ ଓ ଅବରୋହଣରେ ସାତଟି ସ୍ବର ଲାଗେ ମତାନ୍ତରରେ ଆରୋହଣରେ ଛଅଟି ଓ ଅବ— ରୋହଣରେ ସାତଟି ଲାଗେ ଆରୋହଣରେ 'ରେଖବ' ଲାଗେ ନାହିଁ ଦୁଇଟି ନିଷାଦ ସ୍ବର ବ୍ୟବହୃତ ହୁଏ ଆରୋହଣରେ ଶୁଦ୍ଧ ଓ ଅହରୋହଣରେ କୋମଳ ନିଷାଦବାଦୀ, ଗାନ୍ଧାର, ସଂବାଦି ଓ ଧୈବତ ସ୍ବର ଲାଗେ; ଏହା ମାଲକୋଷ ରାଗର ଏକ ରାଗିଣୀ; ହିନ୍ଦୁସ୍ଥାନୀ ସଙ୍ଗୀତରେ ଏ ରାଗିଣୀମିଶ୍ରିତ ଖମ୍ମାଚକାନ୍ତଡ଼ା ଓ ଖମ୍ମାଚ— ଟୋରୀ ନାମରେ ଦୁଇଟି ସଙ୍କରରାଗିଣୀ ଅଛି ହିନ୍ଦୁସ୍ଥାନୀ ସଙ୍ଗୀତଜ୍ଞ— ମାନଙ୍କ ମତରେ ଖମ୍ମାଚ ଷାଡ଼ବଜାତିର ରାଗିଣୀ ଓ ରାତ୍ରିର ଦ୍ବିତୀୟ ପ୍ରହରର ଶେଷ ମୂହୂର୍ତ୍ତ ବା ଘଡ଼ିରେ ଗେୟ—ହି. ଶବ୍ଦସାଗର]