ଖରଚ ଲାଗିବା
ଦେଖଣା
ଖରଚ ଲାଗିବା —
ଉଚ୍ଚାରଣ: Kharacha lagibā
খরচলাগা
खरचलगना
ଦେ. ବି —
୧: କୌଣସି ନିଦ୍ଦିଷ୍ଟ କର୍ମ ପାଇଁ ଏତେ ପରିମିତ ଧନ ଲୋଡ଼ା ହୋବା — ୧. So much money being required for a given work.
(ଯଥା—ଭାଷାକୋଷ ମୁଦ୍ରଣ ପାଇଁ ଷାଠିଏ ହଜାର ଟଙ୍କା ଖରଚ ଲାଗିବ)
୨: କୌଣସି ନିଦ୍ଦିଷ୍ଟ କର୍ମରେ ନିଦ୍ଦିଷ୍ଟପରିମିତ ଧନ ବ୍ୟୟିତ ହେବା — ୨. (so much money) Being spent on a certain work; the incurring of expenditure.
(ଯଥା—ଭାଷାକୋଷରେ ସମ୍ମାର୍ଜନ ପାଇଁ ଦଶ ହଜାର ଟଙ୍କା ଲାଗିଲା)
୩: ଉପର୍ୟ୍ଯୁପରି ଧନ ବ୍ୟୟ କରାୟାଉଥିବା — ୩. The continuance or recurrence of expenditure.
(ଯଥା—ରାଜା ସାହେବଙ୍କ କୋଠା ତିଆରିରେ ଚାରି ମାସ ହେଲା ଶହ ଶହ ଟଙ୍କା ଖରଚ ଲାଗିଛି)