ଖରଡ଼ା
ଖରଡ଼ା —
ଉଚ୍ଚାରଣ: Kharaṟḍ̠ā
সড়সড়ি, ছেঁচকি
খড়রা, খররা
खरँरा; खरेरा; खरहरा
ଦେ. ବି —
୧: ଶାଗର ଶନ୍ତୁଳା; — ୧. Fried kitchen herb; slightly roasted pot-herb.
୨: ଶାଗଆଦିକୁ ନିଆଁରେ ବସାଇ ସାମାନ୍ୟ ଭାଜିବା — ୨. Slight roasting of potherb.
[ଦ୍ର—ଶାଗକୁ ନିଆଁରେ ବସାଇଲେ ସେଥିରୁ ଯେଉଁ ପାଣି ବାହାରେ ସେହି ପାଣିତକ ମରିଗଲେ 'ଖରଡ଼ା' ବୋଲାଯାଏ, କିନ୍ତୁ ଖରଡ଼ା ହୋଇଥିବା ଶାଗରେ ପୁଣି ତେଲ ପକାଇ ନିଆଁରେ ବସାଇ ଭାଜିବାକୁ 'ଭଜା' ବୋଲାଯାଏ]
୩: ଘୋଡା଼ଙ୍କ ଦେହ ପରିଷ୍କାର କରିବା ନିମନ୍ତେ ବ୍ୟବହୃତ ଲୁହା ପାନିଆଁ — ୩. Iron comb for the horse; curry comb.
୪: କାରୁକାର୍ୟ୍ୟବିଶିଷ୍ଟ ଗାଲିଚା — ୪. A well-worked carpet.
୫: ଖରଡ଼ (୩: ) (ଦେଖ) ୫. Kharaṟḍ̠a (୩) (See)
ରତ୍ନ ଖରଡ଼ାରେ ଯେ ଦିଅନ୍ତି କମଯୋଡ଼ି ପୁଞ୍ଜି ପୁଞ୍ଜି କରି ତହି ଲେଖିଲେ ଘାଗୁଡ଼ି—ଗୋପୀନାଥନନ୍ଦ. ମ. ସଂ
୬: ବାଉରିବୁଣା ଜାତି — ୬. A low caste of weavers amongst the Bāuris.
ଦେ. ବିଣ —
ଅଳ୍ପ ଜଳ ଥାଉଁ ଥାଉଁ ନିଆଁ ଉପରୁ ଓହ୍ଲାଇ ନିଆ ହୋଇଥିବା (ଶାଗ) — Partially roasted (potherb.)