ଖରଭୁଜ
ଦେଖଣା
ଖରଭୁଜ —
ଉଚ୍ଚାରଣ: Kharabhuja
খরভুজজ
खरबूजा
ବୈଦେ. ବି [ ଫା. ଖର୍ବ ଜାର ସଂସ୍କୃତରେ ଗୃହୀତ ରୂପ ଖର୍ବୁଜ (M.W.) ]—
କାବୁଲ ଦେଶୀୟ ତରଭୁଜ — Watermelon grown in Kabul Cucumis Melo.
[ ଦ୍ର—ଏହା କାକୁଡ଼ି ଜତୀୟ ମିଷ୍ଟରସବିଶିଷ୍ଟ ତୃଷା—ନିବାରକ ଲତା—ଫଳ ଦେର୍ଶା ତରଭୁଜ ଠାରୁ ଏହା ଆକାର ବଡ଼ ଓ ବେଶୀ ମିଠା ଏହି ଫଳର ଶସରେ ମଧ୍ୟ ସୁଗନ୍ଧି ଅଛି ପୁଷ ମାଘରେ ନଇକୂଳ ଜମିରେ ଖାତ ଖୋଳି ଏହି ମଞ୍ଜିକୁ ପୋତନ୍ତି ଓ ଏହା ଚୈତ୍ର ଠାରୁ ଆଷାଢ଼ ପର୍ଯ୍ୟନ୍ତ ଫଳେ, ଏହାର ଲତା ଭୂମିରେ ବହୁ ଦୂର ମାଡ଼େ ଏଥିର ସଫେଦା, ଚିତ୍ରା ଆଦି ଅନେକ ଜାତୀୟ ଫଳ ଅଛି ଏଥିର ମଞ୍ଜିକୁ ଲୋକ ଭାଙ୍ଗାସଙ୍ଗେ ବାଟି ଖାଆନ୍ତି ଏବଂ ମଞ୍ଜି ଭିତରର ଶସକୁ ଚିନିରେ ପାଗ କରି ଖାଆନ୍ତି ଏ ମଞ୍ଜିରୁ ବାହାରିବା ତେଲକୁ ଲୋକ ଖାଆନ୍ତି ଓ ତେଲରୁ ସାବୁନ ହୁଏ— ହି. ଶଦ୍ଦସାଗର ]