ଖରସୁଆ
ଦେଖଣା
ଖରସୁଆ —
ଉଚ୍ଚାରଣ: Kharasuā
ଦେ. ବି. (ସଂ. ଖରସ୍ରୋତା) —
୧: କଟକଜିଲା ୟାଜପୁର ଅଞ୍ଚଳର ବ୍ରାହ୍ମଣୀ ନଦୀର ଶାଖାବିଶେଷ — ୧. Name of a river; branch of the Brāhmaṇī in Orissa.
୨: ଛୋଟନାଗପୁର ସିଂହଭୂମଜିଲ୍ଲା ସଂଲଗ୍ନ ଉତ୍କଳୀୟ ଗଡ଼ଜାତ— ରାଜ୍ୟବିଶେଷ — ୨. A feudatory state in Chhoṭa-nāgpur under the Orissa Agency.
[ ଦ୍ର—ଏ ରାଜ୍ୟ ଓଡ଼ିଶାର ପୋଲିଟିକାଲ୍ ଏଜେଣ୍ଟଙ୍କ ଅଧୀନ ଏ ରାଜଙ୍କର ଉପାଧି 'ଠାକୁର'; ବେଙ୍ଗଲନାଗପୁର ରେଳର ଆମଦା— ଷ୍ଟେସନଠାରୁ ଏ ରାଜ୍ୟର ରାଜଧାନୀ ଚାରି ମାଇଲ ଦୁର ]
୩: କଉଫାସିଆ (ମାଛ) (ଦେଖ) ୩. Kauphāsiā (fish) (See)
ଦେ. ବିଣ. (ବହୁବ୍ରୀହି; ଖର+ସୁଅ+ସ୍ତ୍ରୀ. ଆ) —
ପ୍ରଖର ସ୍ରୋତବିଶିଷ୍ଟା (ନଦୀ) — (river) With a swift current.