ଖରା
ଦେଖଣା
ଖରା —
ଉଚ୍ଚାରଣ: Kharā
রোদ; খরা
धूप
ଦେ. ବି —
୧: (ସଂ. ଖରାଂଶୁ; ଖର=ତୀକ୍ଷ୍ଣ)—ସୂର୍ଯ୍ୟଙ୍କ ଉତ୍ତାପ —୧. Rays of the sun.
ଖରାସ୍ମରି ଝାଉଁଳିବା ଶ୍ରାଅଙ୍ଗ ପାଇଲୁ ରେ— କବିସୂର୍ଯ୍ୟ. କିଶୋରୀଚମ୍ପ. ଖ ଗୀତ
୨: ଖାରିବାକର୍ମ; ଅସ୍ତ୍ରରେ କାଟିବା — ୨. Cutting with a sharp instrument.
ପ୍ରାଦେ —
୧: (ସମ୍ବଲପୁର) ବି. (ତୁଳ . ବଂ. ଖର୍ଗୋସ୍; ସଂ. ଖର—ଗଧ+ଫା. ଗୋସ୍+କାନ—ତୁଳ. ହି. ଖର୍ହା; ଖର୍ଗୋସ୍; ଫା ଖର୍ଗୋସ୍) ଠେକୁଆ; ଶଶା — ୧. Hare; rabbit.
୨: (ବସ୍ତର) ବି. (ତୁଳ. ସଂ. ଖର—ତୃଣ; ଘାସ)— ଘାସ —୨. Grass.