ଖରି
ଦେଖଣା
ଖରି —
ଉଚ୍ଚାରଣ: Khari
খডী
ଦେ. ବି. (ସଂ.ଖଡ଼ୀ) —
ଏକଜାତୀୟ ଲମ୍ବ ତୃଣ — A kind of long grass used in thatching; Saccharum Fuscum.
କରମକୁ ଆଦର ହେଲି ମୁ ଏତେ ସରି, ପୋତିଲି ଆଖୁଚାରା ବଢ଼ି ହୋଇଲା ଖରି ଭିକାରିଚରଣ. ଗୀତଲହରୀ
[ ଦ୍ର—ଏହା ବଡ଼ ଟାଆଁଶା; ଏଥିରେ ଘର ଛାଆଣି କାରାଯାଏ; ଏହାର ଗଛ ଓ ପତ୍ର ଆଖୁଗଛ ଓ ପତ୍ରପରି; କିନ୍ତୁ ସରୁଆ ]
ଦେ. ବିଣ. —
୧: ଖରାସମ୍ବନ୍ଧୀୟ — ୧. Relating to sun's rays.
୨: ଖରାଦିନିଆ —୨. Of the summer.
ପ୍ରାଦେ. (ସମ୍ବଲପୁର) ବି. —
ଧାନହଳାର ଗଦା — Heap of paddy-sheaves.
খরিফ
खरीफ
ବୈଦେ. ବିଣ.— (ଆ.ଖରିଫ୍) —
ହୈମନ୍ତିକ (ଶସ୍ୟ) — (grains) Growing in winter.
[ ଦ୍ର—ଖରିଫସଲ ଯଥା—ଶାରଦଧାନ, ବାଜରା, ମୁଗ, ହରଡ଼ ଆଦି ଫସଲ ]