ଖର୍ପର
ଦେଖଣା
ଖର୍ପର —
ଉଚ୍ଚାରଣ: Kharpara
ସଂ. ବି. (କୃପ୍ ଧାତୁ=ପାରଗ ହେବା+କର୍ତ୍ତୃ. ଅର) —
୧: ଚୋର —୧. Thief.
୨: ଧୂର୍ତ୍ତବ୍ୟକ୍ତି; ଠକ —୨. Cheat; rogue.
୩: ଭିକ୍ଷାଭାଣ୍ଡ — ୩. A beggar's bowl; a begging dish.
୪: ଖପରଲି —୪. Tubular tile for roofs.
୫: ମାଟିପାତ୍ରର ଭଗ୍ନ ଅଂଶ; ଖପରା —୫. A potsherd.
୬: ଛତା —୬. Umbralla.
୭: ମୁଣ୍ଡର ଖୋଳ; ଖପୁରି —୭. Skull.
[ଦ୍ର—ଚଣ୍ଡି ବା କାଳୀଠାକୁରାଣୀ ଏକ ହାତରେ ଖଣ୍ଡା ଓ ଅନ୍ୟ ହାତରେ ମନୁଷ୍ୟ ମୁଣ୍ଡର ପାତ୍ରକାର ଖୋଳ (ଖର୍ପର) ଧରି ଥାଆନ୍ତି ଏବଂ ଶତ୍ରୁକୁ ଖଣ୍ଡାରେ ହାଣି ତାହାର ରକ୍ତକୁ ଖର୍ପରରେ ରଖି ସେ ରକ୍ତି ପାନ କରନ୍ତି]
୮: ଖପର ନାମକ ଉପଧାତୁ; ଦସ୍ତା — ୮. Zinc or bronze.
୯: ଥାଳି ପରି ଚଟକା ମାଟି ବାସନ (ହି. ଶବ୍ଦସାଗର) — ୯. A flat earthen plate.