ଖଲଖଲ
ଦେଖଣା
ଖଲଖଲ —
ଉଚ୍ଚାରଣ: Khalakhala
খিলখিল, খলখল
कहकह
ଦେ. ଅ (ଧ୍ଵନ୍ୟନୁକରଣ; ତୁଳ. ସଂ. ଖଳ ଧାତୁ ସଞ୍ଚଳନ; ଗଳ ଧାତୁ=ପ୍ରଗଳ୍ଲତା) —
୧: ଉଚ୍ଚହାସ୍ୟଧ୍ଵନି — ୧. Sound of loud laughter.
୨: ଉଚ୍ଚହାସ୍ୟ ସହକାର —୨. (laughing) Loudly.
ଶୁଣି ହସିଲେ କଶ୍ୟପ ଋଷି ଖଲଖଲ—ପୀତାମ୍ବର . ନୃଷିହପୁରାଣ
୩: ପର୍ୟ୍ୟାପ୍ତ; ଅତ୍ୟଧିକ — ୩. Being in excess; abundant.
(ଯଥା—ତା ପାଖରେ ଟଙ୍କା ଖଲଖଲ ହେଉଛି)
୪: (ପାଟି, ଜିଭ) କଥା କହିବାକୁ ଆଗ୍ରହନ୍ବିତ; ଖଜବଜ — ୪. (tongue or mouth) Over-eager or restless to speak out.
୫: ଉଚ୍ଚ ବା ଅତିରିକ୍ତ (ହାସ୍ୟ) — ୫. Immoderate or loud (langhter).