Jump to content

ଖଲିଫା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଲିଫା
ଉଚ୍ଚାରଣ: Khaliphā
খলীফা खलिफा

ବୈଦେ. ବି (ଆ. ଖଲୀଫା=ଧର୍ମଗୁରୁ) —

୧: ମୁସମାଲମାନଙ୍କର ସର୍ବପ୍ରଧାନ ଧର୍ମଗୁରୁ — ୧. The Caliph or the prime spiritual preceptor of all Mahomedans, viz. the Sultan or elected ruler of Turkey.

[ଦ୍ର—ତୁରସ୍କର ସୁଲତାନ୍ ବଂଶନୁକ୍ରମେ ମୁସଲ୍ମାନ୍ମାନଙ୍କ ଧର୍ମ— ଗୁଗୁ ଥିବାରୁ ତାଙ୍କୁ ଖଲିଫା ବୋଲାୟାଉଥିଲା ମୁସଲମାନମାନଙ୍କ ଶାସ୍ତ୍ର ଅନୁସାରେ ଧର୍ମଗୁରୁ (ଖଲିଫା) ଓ ସମ୍ରାଟ ଏହି ଦୁଇଟି ଅଧିକାର ଅବିଚ୍ଛେଦ୍ୟଭାବରେ ପରସ୍ପର ସମ୍ବନ୍ଧ

ଏହି ଖଲିଫାଙ୍କ ସମ୍ବନ୍ଧୀୟ ସମସ୍ୟା (ଅର୍ଥାତ୍ ଖିଲାଫତ୍) ର ମୀମାଂସ ନିମନ୍ତେ ଗତ (ଖ୍ରୀ. ୧୯୧୪: -୨୧: ) ଇଉରୋପୀୟ ମହାସମର ପରେ ମୁସଲମାନ୍ ଜଗତରେ ଓ ବିଶେଷତଃ ଭାଗତୀୟ ମୁସଲ୍ମାନ୍ମାନଙ୍କ ମଧ୍ୟରେ ପ୍ରବଳ ଆନ୍ଦୋଳନ ସୂତ୍ରପାତ ହୋଇ— ଥଲା ବର୍ତ୍ତମାନ ତୁରଷ୍କ ସାମ୍ରାଜ୍ୟରେ ଧର୍ମଗୁରୁ ଓ ରାଜ୍ୟଶାସକଙ୍କ ପଦବୀମାନ ପୃଥକ କରା ଯାଇଅଛି]

୨: ମୁସଲ୍ମାନ୍ ଦରଜି — ୨. A Mahomedan tailor.

୩: ମଲ୍ଲବିଦ୍ୟାର ଓସ୍ତାତ୍ — ୩. A teacher of or trainer of gymnastics.

[ଦ୍ର—ଏହାଙ୍କ ଅଧୀନ ଶିକ୍ଷାର୍ଥୀମାନଙ୍କୁ ସାଗ୍ରଥ୍ ବୋଲାଯାଏ]

୪: ମୁସଲ୍ମାନ୍ମାନଙ୍କ କୁ ସ୍ତିଆଖଡ଼ାର ଅବୈତନିକ ସମ୍ପାଦକ — ୪. Honorary Secretary of a party of Mahomedans formed for sport or exercise.

୫: କୌଣସି ବିଦ୍ୟାର ଗୁରୁ ବା ଓସ୍ତାତ୍ — ୫. A teacher in any art or sport.

ବୈଦେ. ବିଣ —

୧: ସୁଶିଳ୍ପୀ — ୧. Expert; deft-handed.

୨: କୌଣସି ବିଦ୍ୟାରେ ସିଦ୍ଧହସ୍ତ — ୨. Adept in any art.

୩: ନିପୁଣ; ପାରଙ୍ଗମ — ୩. Experienced; skilful.

୪: (ବ୍ୟଙ୍ଗ) ଯେଉଁ ବ୍ୟକ୍ତି କାମରେ ହେଳା ବା ମଠ କରେ; ମଠୁଆ — ୪. Slow-caoch; laggard.