ଖଲ୍ଲିକୋଟ
ଦେଖଣା
ଖଲ୍ଲିକୋଟ —
ଉଚ୍ଚାରଣ: Khallikoṭa
ଦେ. ବି. (ନାମ) —
ଗଞ୍ଜାମ ଜିଲ୍ଲାର ଏକ ବୃହତ୍ ରାଜ୍ୟ — A big estate in Ganjam district.
[ଦ୍ର—ଏହା ପ୍ରାକୃତିକ ଉତ୍କଳର ଗୋଟିଏ କରଦ ଜମିଦାରୀ— ରାଜ୍ୟ ରାଜବଂଶାବଳୀରୁ ଜଣାଯାଏ ଯେ ମହାରାଷ୍ଟ୍ର ଦେଶବାସୀ ଜନୈକ ସୂର୍ଯ୍ୟବଂଶୀୟ ରାଜକୁମାରଙ୍କ ଦ୍ବାରା ଏ ରାଜ୍ୟ ସ୍ଥାପିତ ହୋଇଥିଲା ଖିଲ୍ଲ=ଶଳାକାସ୍ୟୂତ ଶାଳପତ୍ର+କୋଟ=ଦୁର୍ଗ; ଉକ୍ତ ରାଜ୍ୟ ଅନେକ ଗୁଡ଼ିଏ କ୍ଷୁଦ୍ରକ୍ଷୁଦ୍ର ରାଜ୍ୟର ସମବାୟରେ ଗଠିତ ହୋଇ— ଥିବାରୁ ଏହାର 'ଖଲ୍ଲିକୋଟ' ନାମ ହୋଇଅଛି ପରେ ଆଠଗଡ଼ ରାଜ୍ୟକୁ ରାଜସ୍ବ ବାକି ପାଇଁ ଗଭର୍ଣ୍ଣମେଣେଟ ନିଲାମ କରିବରେ ଖଲ୍ଲିକୋଟର ତଦାନୀନ୍ତନ ରାଜା ଏହାକୁ ନିଲାମରେ କିଣିବାରୁ ଏହା ଖଲ୍ଲିକୋଟ ରାଜ୍ୟ ସଙ୍ଗେ ମିଶିଅଛି ଏଥିର କ୍ଷେତ୍ରଫଳ ୫: ବର୍ଗ. ମାଇଲ; ଆୟ ୬: ଲକ୍ଷ ଓ ପେଶ୍କସ୍ ୧: ଲକ୍ଷ୧୫: ହଜାର ଟଙ୍କା]