Jump to content

ଖଳଖଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଳଖଳ
ଉଚ୍ଚାରଣ: Khaḻakhaḻa

ଦେ. ଅ (ଧ୍ଵନ୍ୟନୁକରଣ; ସଂ. କଳକଳ) —

୧: ଜଳ ଆଦି ବେଶି ପରିମାଣରେ ବହିବାରେ ଶବ୍ଦ; କଳକଳଧ୍ଵନି — ୧. Hollow sound of water flowing copiously.

ସେହିକାଳରେ ଦୁଇ ସେନା ତଟ ଭେଦି ଖଳଖଳ ହୋଇ ବହିଲା ରକ୍ତ ନଦୀ—କୃଷ୍ଣସିଂହ, ମହାଭାରତ. ଭୀଷ୍ମ

୨: ବୃକ୍ଷର ଗଣ୍ତି ଓ ଶାଖାରୁ ଶୁଖିଲା ବକଳ ଝଡ଼ିପଡ଼ିବାର ଶବ୍ଦ — ୨. Hollow sound of dry barks peeling off from a tree.

୩: ପର୍ୟ୍ୟାପ୍ତ —୩. Plantiful; abundant.

୪: ବହୁପରିମିତ —୪. Excessive; copious.

ବାଣ ପଡ଼ି ଶୋଣିତ ବହଇ ଖଳଖଳ—ପୀତାମ୍ବର, ନ଼ୃସିଂହପୁରାଣ

୫: ୟଥେଷ୍ଟ ଅପେକ୍ଷା ବେଶି —୫. More than enough.

(ଯଥା—ତା ଅଣ୍ଟାରେ ଟଙ୍କା ଖଳଖଳ ହେଉଛି)

୬: ହୁଗୁଳା; ଢଙ୍ଗଢଙ୍ଗ —୬. Loose.

୭: ଖଲଖଲ (ଦେଖ) ୭. Khalakhala (See)

[ଦ୍ର— ସଂସ୍କୃତରେ ଖଳଖଳାୟ ନାମକ ନାମ ଧାତୁର ପ୍ରଯୋଗ ଅଛି]