Jump to content

ଖଳିଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଳିଶ
ଉଚ୍ଚାରଣ: Khaḻiṡa
খলিশা खलसा

(ଖଲ୍ଲିଶ—ଅନ୍ୟରୂପ)

ସଂ. ବି (ଖଳି+ଶୀ ଧାତୁ=ଶୟନ କରିବା+କର୍ତ୍ତୃ. ଅ) —

ମତ୍ସ୍ୟବିଶେଷ; ଇଣ୍ଡୁଳା ମାଛ — A kind of fresh-water fish; Mugil Corsula; Trichopodus Colisa. (Wilson).

[ଦ୍ର—ଏହାର ଦେହ ପୋହୋଳା ମାଛ ପରି କିନ୍ତୁ ମୁଣ୍ଡ ଶେଉଳ ମାଛର ମୁଣ୍ଡ ପରି ଏହାର କାତି ଅଛି; ପିଠି ନେଳିଆ ଏବଂ ଦୁଇପାଖ ଓ ପେଟ ଧଳା ଏହାର ଦୁଇଟି ବଡ଼ ଆଖି ମୁଣ୍ଡ ଉପରକୁ ବାହାରିଥାଏ ଏ ନଈରେ ପହରିଲା ବେଳେ ଆଖି ଯୋଡ଼ିକ ମୁଣ୍ଡ ଉପରେ ଦିଶୁଥାଏ ଏ ଲମ୍ବରେ ୧୮: ଆଙ୍ଗୁଳ ପର୍ଯ୍ୟନ୍ତ ବଢ଼େ; ଏହାର ପିଠି ଉପରେ ଥିବା ଡେଣାରେ ୪: ଟା କଣ୍ଟା ଅଛି]