ଖସୀ କରିବା
ଖସୀ କରିବା —
ଉଚ୍ଚାରଣ: Khāsī karibā
খাসীকরা
खसिंयाना
ଦେ. କ୍ରି. (ଆ. ଖସ୍ସୀ) —
୧: ପୁଂସ୍ତ୍ବ ନଷ୍ଟ କରିବା — ୧. To castrate an animal.
୨: ଫଳଥିବା କଦଳୀଗଛକୁ କଦଳୀପେଣ୍ଡା ଲାଗିଥିବା ଅବସ୍ଥାରେ ମୂଳରୁ କାଟିବା —୨. To cut from its
root a plantain tree with the bunch of fruts clingingto it, (to keep it in a Place protected from monkeys or thieves.)
[ ଦ୍ର—କଦଳୀଗଛରେ କଦଳୀ ଦରପାରଳ ହୋଇ ଗଲେ ସେଠାରେ ଯେବେ ମାଙ୍କଡ଼ ବା ଚୋରଙ୍କ ଉପଦ୍ରବ ଥାଏ, ତେବେ ପେଣ୍ଡା ଲାଗି ଥିବା କଦଳୀଗଛକୁ ମୂଳରୁ କାଟିନେଇ ଯେଉଁସ୍ଥାନରେ ମାଙ୍କଡ଼ଆଦିଙ୍କ ଉପଦ୍ରବ ନାହିଁ ସେଠାରେ (ଯଥା ଖଞ୍ଜାଭିତରର ଅଗଣାରେ) ଲୋକେ ଗଛକୁ କିଛିଦିନ ପୋତି ରଖନ୍ତି ଓ ଆବଶ୍ୟକ ହେଲା ବେଳେ କଦଳୀପେଣ୍ଡାକୁ ଗଛରୁ କାଟି ଖରଚ କରନ୍ତି ]
୩: ମୂଳାଗଛର ପିଣ୍ଡକୁ କାଟିବା —୩. To cut a radish plant from its bulb to plant it elsewhere so that it may run into seeds.
[ ଦ୍ର—ଯେଉଁ ମୂଳା ଗଛରେ ଛୁଇଁ ଫଳ ମଞ୍ଜି ହେବ ବୋଲି ସ୍ଥିର କରାଯାଏ ସେ ମୂଳାକୁ ଉପାଡ଼ି ଗଛ ସହିତ ସଂଲଗ୍ନ ମୂଳାର ଅଗ ପାଖ କାଟି ନିଆଯାଏ ଓ ମୂଳପିଣ୍ଡକୁ ପୁଣି ଭୁଇଁରେ ପୋତି ଦିଆଯାଏ କିଛିଦିନ ବାଦ୍ ଉକ୍ତ ମୂଳା ଗଛରେ ଫୁଲ ଫୁଟି ଛୁଇଁ ଧରେ]