ଖସୁଆ
ଦେଖଣା
ଖସୁଆ —
ଉଚ୍ଚାରଣ: Khasuā
ଦେ. ବି. —
ଶାରଦ ଧାନ କ୍ଷେତରେ ଜନ୍ମିବା ଏକ ପ୍ରକାର ଘାସ — A sort of weed growing in paddy fields.
[ଦ୍ର—ଏହାର ପତ୍ର ପାଣିକେନ୍ଦୁଳି ଗଛର ପତ୍ର ପରି କିନ୍ତୁ ଅପେକ୍ଷାକୃତ ସରୁ; ଏଥରୁ ମୂଳରୁ ଗୋଛାଏ ପତ୍ର ବାହାରେ ମୂଳରୁ ୪୫: ଟା ଡ଼େମ୍ଫ ବାହାରି ସେଥିର ଆଗରେ କେଶରଯୁକ୍ତ ଧଳା ଗୋଳ (କଦମ୍ବ ଫୁଲ ପରି) ଫୁଲ ଫୁଟେ]
ପ୍ରାଦେ. (ସମ୍ବଲପୁର) ବି —
ଖସୁ (ଦେଖ) khasu (See)
ପ୍ରାଦେ. (ସମ୍ବଲପୁର) ବିଣ —
କାଛୁରା; କାଛୁରୋଗାକ୍ରାନ୍ତ — Suffering from itches.