ଖାଈ
ଦେଖଣା
ଖାଈ —
ଉଚ୍ଚାରଣ: Khāī
খাগী
खैरनी
(ଖିଆ—ପୁଂ)
ଦେ. ବିଣ. ସ୍ତ୍ରୀ (ସଂ. ଖାଦିକା) —
୧: (ଏହା ଅନ୍ୟ ଶବ୍ଦ ସଙ୍ଗେ ଲାଗେ ଓ ବିଶେଷତଃ ଗାଳିରେ ବ୍ୟବହୃତ ହୁଏ; ଯଥା— ପୁତୁଖାଈ, ଘଇତାଖାଈ) ଯେ ଅମୁକ ପଦାର୍ଥକୁ ଖାଏ — ୧. Eating (such or such thing).
(ଯଥା—ଗୁହଖାଈ, ହେଡ଼ାଖାଈ)
୨: ଯେ ଅମୁକର ମୃତ୍ଯୁ ଘଟାଏ ୨. Causing the death of.
(ଯଥା—ବଉଁଶଖାଈ)
୩: ଯେ ଅମୁକର ମୃତ୍ଯୁ ପରେ ବଞ୍ଚି ରହେ — ୩. Surviving (such or such a person)
(ଯଥା—ଘଇତାଖାଈ; ପୁତୁଖାଈ)
୪: ଯେ ଅମୁକ ପାତ୍ରାଦିରେ ଖାଏ — ୪. Eating from such or such a pot.
(ଯଥା—ହାଣ୍ଡିଖାଈ; ଖାଣ୍ଡିଖାଈ)
୫: ଯେ ଅମୁକ ସ୍ଥାନରେ ଖାଏ — ୫. Eating at such or such a place.
(ଯଥା—ଛତରଖାଈ)