ଖାଡ଼ି
ଖାଡ଼ି —
ଉଚ୍ଚାରଣ: Khāṟḍ̠i
খাড়া
डंठल
ଦେ. ବି (ସଂ. କାଷ୍ଠ; ସଂ. ଖଡ଼=ତୃଣନାଡ଼) —
୧: କାଠି; ଡ଼ାଙ୍ଗ —୧. Twig.
(ଯଥା—ଅତର ଖାଡ଼ି)
୨: ଲମ୍ବା ଛୁଇଁ — ୨. A long legume or pod.
(ଯଥା—ସଜନା ଖାଡ଼ି)
୩: ଗଛ ବା ଲଟାର ପତ୍ରବର୍ଜିତ ଡ଼ାଙ୍ଗ ବା ନାଡ଼ — ୩. A long stem of a pot-herb or plant shorn of leaves.
(ଯଥା—ପୋଇଖାଡ଼ି)
୪: ଧୂଆଁ ପତ୍ରରୁ ପତ୍ରାଂଶ କାଢ଼ି ନେବା ପରେ ଯେଉଁ ଡ଼ାଙ୍ଗ ରହିଯାଏ — ୪. Backbone or ridge of the tabacco leaf.
ছালা
पलान, लादी
୫: ପଲାଣ; ବଳଦଙ୍କ ପିଠିରେ ଶସ୍ୟାଦି ବୁହାଯିବା ନିମନ୍ତେ ପ୍ରସ୍ତୁତ ମୁଣି; ଥୋରି; ଥୋଡ଼ି — ୫. Gunny bag; bale; pack or carrying things on the back of beasts of burden.
୬: ହଳର ଯୁଆଳିର ଦୁଇ ମୁଣ୍ଡରେ ଲାଗିଥିବା ସରୁଆ ଖିଲ — ୬. Wooden pegs attched to the ends of the yoke of a plough.
୭: ମୁଣି —୭. Wallet.
୮: ଦୁଇ ପାଖରେ ଥଳି ଥିବା ଜାଉଁଳି ବା ଲମ୍ବ ମୁଣି; ଖାଡ଼ିଆ — ୮. A long wallet with two pouches at the two ends.
(ପ୍ରାଦେ) (ସମ୍ବଲପୁର) ବି —
୧: ଦିଆସିଲିକାଠି —୧. Match-stick.
୨: ଦିଆସିଲି ପେଡ଼ା —୨. Match-box.