ଖାତ
ଦେଖଣା
ଖାତ —
ଉଚ୍ଚାରଣ: Khāta
ସଂ. ବି (ଖନ୍ ଧାତୁ=ଖୋଳିବା+କର୍ମ. ତ) —
୧: ଅଳ୍ପ ଗଭୀର କୂପ — ୧. A shallow well.
୨: ଗର୍ତ୍ତ —. Pit; hole; excavation.
୩: ଗୁମ୍ଫା; ଗହ୍ବର —୩. Cavern; cave.
୪: ଗଡ଼ଖାଇ; ପରିଖା —. ୪. A moat; ditch.
୫: ପହଣି —୫. channel; trench.
୬: ଆୟତକାର ପୋଖରୀ —୬. An ablong pond.
୭: (+ଭାବ. ତ) ଖୋଳିବା; ଖନନ —୭. Digging.
ଗ୍ରା (ପଦ୍ୟ) ବି —
ଖାତକ; ଅଧମର୍ଣ୍ଣ —Borrower.
ଆପେ ହୋଏ ମହାଜନ ଆପେ ସାଭ ଖାତ—ପ୍ରାଚୀ. ବ୍ରହ୍ମନିରୂପଣଗୀତା
ସଂ. ବିଣ —
୧: ଖନିତ; ଖୋଳାହୋଇଥିବା — ୧. Due; excavated.
୨: ଚିରା ହୋଇଥିବା —୨. Torn; rent.