Jump to content

ଖାନାପୁରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାନାପୁରି
ଉଚ୍ଚାରଣ: Khānāpuri
খানাপুরী खानापुरी

ଦେ. ବି (ଫା. ଖାନା=ଗୃହ; ସଂ. ଖଣ୍ଡ=ଭୂମିର ଭିନ୍ନଭିନ୍ନ ଖଣ୍ଡ+ସଂ. ପୂରଣ; ନକ୍ସାରେ ଗୃହପୂରଣ) —

୧: ନକ୍ସାର ଅଙ୍ଗପୂରଣ — ୧. Filling up of a map.

୨: ଭୂରାଜସ୍ବବନ୍ଦୋବସ୍ତ ବା ସେଟ୍ଲ୍ମେଣ୍ଟ୍ର ଗୋଟିଏ ପ୍ରାଥମିକ କ୍ରିୟା; ଜମିମାନ କିତାବାରୀ ମାପ ହେବା ପରେ ତାହା ନକ୍ସାରେ ଯଥା ସ୍ଥାନରେ ପୂରଣ କରିବା କର୍ମ — ୨. The poeration of the filling up the map by entering the different plots in their respective position after they are measured in the course of a Revenue-Settlement operation.

[ଦ୍ର—ଭୂରାଜସ୍ବସକ୍ରାନ୍ତ ବନ୍ଦୋବସ୍ତ କାର୍ଯ୍ୟପ୍ରଙ୍ଗରେ ପ୍ରଥମେ ରାଜ୍ୟର ଜମିମାନ କିସ୍ତିବାର୍ ମାପ (ସର୍ଭେ) କରାଯାଇ ତାହା ନକ୍ସାରେ ପୂରଣ କରିବର ପଦ୍ଧତିକୁ ଖାନାପରି ବୋଲାଯାଏ; ସେଟ୍ଲ୍ମେଣ୍ଟ୍ ବା ରାଜସ୍ବବନ୍ଦୋବସ୍ତ ପ୍ରସଙ୍ଗରେ ପ୍ରଥମେ ମୌଜାର ଜମିମାନ ଖଣ୍ଡ ମାପ କରାଯାଇ ତହିଁର ଖସଡ଼ା ତିଆରି କରାଯାଏ ଓ ପରେ ତାହା ନକ୍ସାରେ ପୂରଣ କରାଯାଏୟ ଏହାକୁ ଖାନାପୁରି ବୋଲାଯାଏ ଖାନାପୁରି ପରେ ଆଟେସ୍ଟେସନ୍ ବା ପ୍ରତାଳ ବା ମୁକାବିଲା କରାଯାଇ ମୌଜାର ଖତିଆନ୍ (ଭୂସ୍ବତ୍ବଲିପି)ର ପାଣ୍ଡୁଲିପି ପ୍ରସ୍ତୁତ ହୁଏ ତା ପରେ ଉକ୍ତ ଖତିଆନ୍ରେ ଭିନ୍ନ ଭିନ୍ନ ଜ୍ଞାତିବ୍ୟ ବିଷୟମାନ ପୂରଣ କରାଯାଏ ଖାନାପୁରି କାର୍ଯ୍ୟ 'ସର୍ଭେ' ବା ମାପର ଗୋଟିଏ ଅଙ୍ଗ 'ସର୍ଭେ' ହେବା ପରେ 'ସେଟ୍ଲ୍ମେଣ୍ଟ୍' ବା ରାଜ୍ସ୍ବ— ବନ୍ଦୋବସ୍ତ କର୍ମ କରାଯାଏ]