Jump to content

ଖାନି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାନି
ଉଚ୍ଚାରଣ: Khāni

ସଂ. ବି. (ଖନ୍ ଧାତୁ=ଖୋଳିବା+ଇ; ତୁଳ. ଫା. କାନ୍) —

ଆକାର; ଖଣି —Mine; quarry.

ଦେ. ବି. (ସଂ. ସ୍ଥାନ; ତୁଳ ଫା. ଖାନ=ଘର) —

୧: ସ୍ଥାନ — ୧. Place.

୨: ଦିଗ —୨. Quater of the globe.

୩: ଭାରତର ଚାରିଦିଗରେ ଥିବା ଚାରିଗୋଟି ତୀର୍ଥ — ୩. Four sacred places in the four quarters of India.

୪: ପ୍ରକାର —୪. Kind.

ସ୍ବେଦଜ ଅଣ୍ଡଜ ଆଦି ଯେଉଁ ଜୀବ ଖାନି ସାରଳା. ମହାଭାରତ

୫: ଶ୍ରେଣୀ —୫. Class.

ଚାରିଖାନି ଭିତରେ କେବଳ ଜନ୍ତୁ ଶ୍ରେଷ୍ଠ—ନାମରତ୍ନଗୀତା