ଖାର
ଦେଖଣା
ଖାର —
ଉଚ୍ଚାରଣ: Khāra
ক্ষার
खार
ସଂ. ବି. (ଖନ୍ ଧାତୁ= ଖୋଳିବା+ଅର) —
୧୬: ଦ୍ରୋଣ ପରିମିତ ଶସ୍ୟର ପରିମାଣ ପାତ୍ରବିଶେଷ(=୧୬: ବା୬୪: ଆଢ଼କ) —A measure of grain (=୧୬ droṇas or ୩ bushels.)
ଦେ. ବି. (ସଂ. କ୍ଷାର; ପ୍ରା. ଖାର) —
୧: ଲବଣ ରସ — ୧. Saline taste.
ବନ୍ଧୁ କଲି କି ଦୁର୍ବିଚାରକୁ ରେ ବର୍ଜିଲି ଖଣ୍ଡ ଅର୍ଜିଲି ଖାରକୁରେ କବିସୂର୍ଯ୍ୟ. ସଂଙ୍ଗୀତ
୨: ସୋଡ଼ା —୨. Potash.
୩: କଦଳୀ ବାସୁଙ୍ଗାର ପାଉଁଶ — ୩. Ashes of the dried bark or spathe of plantain tree.
୪: ପାଉଁଶକୁ ପାଣିରେ ଗୋଳାଇ ପାଉଁଶିମିଶା ଗୋଳିଆ ପାଣିକୁ ନିଗାଡ଼ି ଦେବା ପରେ ତଳେ ଯେଉଁ ଧଳା ଲୁଣିଆ ରୁଆ ବା ମଣ୍ଡ ବସିଯାଏ; ସର୍ଜ — ୪. Alkali; saline matter deposited at the bottom of a pot after the ash-mixed water is poured out.
୫: ଭସ୍ମ; ପାଉଁଶ —୫. Ashes.
ଖାର ଅଙ୍ଗାର ଭସ୍ମ ଅଠା ଘରର ବାଡ଼ ସଜ କଣ୍ଟା ଜଗନ୍ନାଥ. ଭାଗବତ