Jump to content

ଖାରଜଦାଖଲ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାରଜଦାଖଲ
ଉଚ୍ଚାରଣ: Khārajadākhala
খারজদাখিল खरिजदाखिल

ବୈଦେ. ବି. (ବିପରୀତାଥକ ସହଚର; ଫା—ଖାରିଜ୍ବ ଓ ଦାଖିଲ୍) —

୧: (କାରଜିଆ ଭାଷା) କୌଣସି ଭୂସମ୍ପତ୍ତି ସମ୍ବନ୍ଧେ ମୃତ ବ୍ୟକ୍ତି ବା ବିକ୍ରେତାର ନାମ କାଟି (ଖାରଜ କରି) ସେ ସ୍ଥାନରେ ଉତ୍ତରାଧିକାରୀ ବା କ୍ରେତାର ନାମ ରାଜକୀୟ ବା ଜମିଦାରି ଖାତାପତ୍ରରେ ଦରଜ (ଦାଖଲ) କରିବା; ଦାଖଲ— ଖାରଜ —୧. (court language) Striking off the name of a deceased or a vendor and substituting the name of the seccessor or purchase in respet of a land in a public register.

୨: କୌଣସି ବ୍ୟକ୍ତିର ନାମ କାଟି ଦେବା ଓ ସେଠାରେ ନୂତନ ବ୍ୟକ୍ତିର ନାମ ଲେଖିବା —୨. Striking off the name of a person and adding that of another in his place.

୩: (ସେଟ୍ଲମେଣ୍ଟ୍) କୌଣସି ଜମିକୁ ଏକ ମଉଜାର ତାଲିକାରୁ କାଟିଦେଇ ତାକୁ ଅନ୍ୟ ମଉଜାର ଜମିରେ ସାମିଲ୍ କରିବା —୩. (Revenue Settlement) To take out a plot from the list of the lands of one village and enter it in the list of another village.

୪: ବରଖାସ୍ତ ଓ ମୁକରରି — ୧. Dismissal and appointment.