Jump to content

ଖାରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାରା
ଉଚ୍ଚାରଣ: Khārā
খারা खरा

(ଖାରାପଣ—ବି)

ଦେ. ବିଣ (ସଂ. ଖର= ତୀକ୍ଷ୍ଣ) —

୧: ଅତି ତୀକ୍ଷ୍ଣ — ୧. Very sharp.

ଖାରା ଖଣ୍ଡାଧାରା ଖଟ ବିଚାରି, ଶୋଇଲୁ ରେ— କବିସୂର୍ଯ୍ୟ କିଶୋରୀଚମ୍ଫୁ ଖ ଗୀତ

୨: ଖାଣ୍ଟି; ନିରୋଳା —୨. Genuine; pure.

୩: ଠିକ୍; ସରଳ; ଅକପଟ — ୩. Honest; sincere; straightforward.

୪: ନିୟମାନୁବର୍ତ୍ତୀ —୪. Strict.

୫: ନ୍ୟାୟନିଷ୍ଠ — ୫. Impartial; fair; just; upright.

୬: ସତ୍ସାହସୀ —୬. Having moral courage; undaunted by frowns or favours;

୭: ବାସ୍ତବିକ; ପ୍ରକୃତି —୭. Actual; real.

୮: ପ୍ରକୃତିବାଦୀ —୮. Plain-spoken.

୯: ନୀଟ୍; ସମସ୍ତ ବାଜେ ବିଷୟ ବାଦ୍ ଦେବା ପରେ ୟାହା ଅବିଷିଷ୍ଟ ରହେ —୯. Nett; clear of all miscellaneous deductions.

[ଦ୍ର—ଏକ ଟିଣ ଘିଅର ଓଜନରୁ ଟିଣର ଓଜନ ବାଦ୍ଦେବା ପରେ ଯେଉଁ ଓଜନ ହେବ ତାହା ଟିଣରେ ଥିବା ଘିଅର ଖାରା ଓଜନ]

ଦେ. ବି —

ଖାରିବା; ଅପରେସନ — Surgical operation.