ଖାସ୍କମିସନ
ଖାସ୍କମିସନ —
ଉଚ୍ଚାରଣ: Khās kamisana
ବୈଦେ. ବି(ଫା. ଖାସ+ଇଂ.କମିସ୍ସନର) —
୧: ଇଂରାଜଗଭର୍ଣ୍ଣମେଣ୍ଟ ବଙ୍ଗ, ବିହାର ଓ ଓଡ଼ିଶା ଅଧିକାର କରିବା ପରେ ଯେଉଁମାନେ ନିଜନିଜ ଦଖଲରେ ଥିବା ଜମିକୁ ଲାଖରାଜ ଦାବୀ କରୁଥିଲେ, ସେମାନଙ୍କ ସନନ୍ଦ ଓ ସ୍ବତ୍ତ୍ବ ବିଚାର ଓ ଅନୁସନ୍ଧାନ କରିବା ପାଇଁ ନିଯୁକ୍ତ ବିଚାରପତି — ୧. A commissioner specially deputed by Goverment for adjudicating upon the title and the claims of the holders of revenue-free lands.
୨: ଖାସ୍ କମିସନର୍ଙ୍କର ଲାଖରାଜ ଜମିର ସ୍ବତ୍ତ୍ବାସ୍ବତ୍ତ୍ବ ଅନୁସନ୍ଧାନ ପୂର୍ବକ ଉକ୍ତ ଲାଖରାଜକୁ ବାର୍ୟ୍ୟାପ୍ତି ବା ବାହେଲ୍ କରିବା ସମ୍ବନ୍ଧେ ଶେଷ ଆଦେଶ ବା ଫଇସଲା —୨. The decree of the special Commissioners regarding the lands claimed by the holders to be revenue-free during the investigation into their title at the first revenue Settlement of Orissa.
[ଦ୍ର—ଏହି ଫାର୍ସୀମିଶା ଶବ୍ଦ ଇଂରାଜି ଭାଷାରେ ମଧ୍ୟ ପଶିଲାଣି]